Tue. Jun 10th, 2025

ଭାରତୀୟ ବାୟୁସେନାରେ ସାମିଲ ହେଲା ବାହୁବଳୀ ରାଫେଲ୍

By amfnews Sep 10, 2020 #Featured
372 Views

ଅମ୍ୱାଲା, ସେପ୍ଟେମ୍ବର ୧୦ : ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆଜି ପାଞ୍ଚଟି ରାଫାଲ୍ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି । ବିମାନକୁ ବାୟୁସେନାରେ ଭର୍ତ୍ତି କରିବା ପାଇଁ ଅମ୍ୱାଲା ଏୟାରବେସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲି, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ, ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ପ୍ରମୁଖ ଉପସ୍ଥିତ ଥିଲେ । ରାଫାଲ ବିମାନ ଭାରତୀୟ ବାୟୁସେନାରେ ଯୋଗଦେବା ପରେ ଭାରତୀୟ ବାୟୁସେନାର ଶକ୍ତି ପୂର୍ବାପେକ୍ଷା ଅନେକ ପରିମାଣରେ ବୃଦ୍ଧି ପାଇବ। ସୂଚନାଯୋଗ୍ୟ ଯେ, ପ୍ରାୟ ଚାରି ବର୍ଷ ପୂର୍ବେ ଭାରତ 59,000 କୋଟି ଟଙ୍କା ବ୍ୟୟରେ 36 ଟି ରାଫାଲ ବିମାନ କିଣିବା ପାଇଁ ଫ୍ରାନ୍ସ ସହିତ ଚୁକ୍ତି କରିଥିଲା ।

By amfnews

Related Post