Sat. Mar 7th, 2026

ଭାରତୀୟ ଜନତା ପାର୍ଟିରେ ସାମଲ ହେଲେ ଅପରାଜିତା ଷଡଙ୍ଗୀ

241 Views

ନୂଆଦିଲ୍ଲୀ, ନଭେମ୍ବର ୨୭: ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଚାକୃତ ଅବସର ନେଇଥିିବା ବରିଷ୍ଠ ଆଇଏଏସ ଅଫିସର ତଥା ଓଡ଼ିଆ ବୋହୂ ଅପରାଜିତା ଷଡଙ୍ଗୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଶ୍ରୀମତୀ ଷଢଙ୍ଗୀ ବିଜେପି ରାଷ୍ଟ୍ରୀୟ ଅକ୍ଷ୍ୟକ୍ଷ ଅମିତା ଶାହାଙ୍କ ବାସଭବନକୁ ଯାଇ ବିଜେପିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

ଗତ ଦୁଇ ମାସ ତଳେ ଯେତେବେଳେ ଅପରାଜିତା ଷଡଙ୍ଗୀ ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ଚିଠିଲେଖିଲେ ସେତେବେଳେ ଅପରାଜିତାଙ୍କ ରାଜନୀତିରେ ସାମିଲ ହେବା ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା। ଶେଷର ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ସକାଳେ ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହୋଇଛନ୍ତି। ଅମିତ ସାହଙ୍କ ବାସଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଶ୍ରୀମତୀ ଷଡଙ୍ଗୀଙ୍କୁ ଦଳକୁ ସ୍ୱଗତ କରିବା ସହିତ ତାଙ୍କ ବେକରେ ବିଜେପି ଉତ୍ତରୀୟ ପକାଇଥିଲେ। ପରେ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମତୀ ଷଡଙ୍ଗୀଙ୍କୁ ସ୍ୱାଗତ କରିବା ପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ତାଙ୍କୁ ପ୍ରାଥମିକ ସଦସ୍ୟତାର ରସିଦ ପ୍ରଦାନ କରିଥିଲେ।

By amfnews

Related Post