182 Views
ନୂଆଦିଲ୍ଲୀ, ଅକ୍ଟୋବର ୧୩ : ଭାରତରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ସେପ୍ଟେମ୍ବର ୭ରୁ ୧୫ ମଧ୍ୟରେ ଦୈନିକ ହାରାହାରି ୯୨ ହଜାର ୮୩୦ ଜଣ କରୋନା ସଂକ୍ରମିତ ହୋଇଥିଲେ । ସେପ୍ଟେମ୍ବର ୧୬ରୁ ୨୨ ମଧ୍ୟରେ ଦୈନିକ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ୩୪୬ ଥିଲା ।
ଗତ ସେପ୍ଟେମ୍ବର ୨୩ରୁ ୨୯ ତାରିଖ ମଧ୍ୟରେ ଦୈନିକ ହାରାହାରି କରୋନା ପଜିଟିଭ ସଂଖ୍ୟା ୮୩ ହଜାର ୨୩୨ ଜଣ ଥିବା ବେଳେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଏହି ସଂଖ୍ୟା ୭୭ ହଜାର ୧୧୩ ଥିଲା । କିନ୍ତୁ ବିଗତ ସପ୍ତାହ ତଥା ଅକ୍ଟୋବର ୭ରୁ ୧୨ ତାରିଖ ମଧ୍ୟରେ ଦୈନିକ ହାରାହାରି ୭୨ ହଜାର ୫୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।