Sun. Mar 8th, 2026

ଭତ୍ତା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

147 Views

ଖଲ୍ଲିକୋଟ : ଭତ୍ତା ଟଙ୍କା ପାଇଁ ଜଣେ ବୃଦ୍ଧ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାଁ ସେରେନ୍ତା ବେହେରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଭିକାରି ବେହେରା ଫେରାର ହୋଇଯାଇଛି।

ଅଭିଯୋଗ ଅନୁସାରେ, ଗତ ୧୫ ତାରିଖରେ ସେରେନ୍ତା ପଞ୍ଚାୟତ କାର୍ଯ୍ୟାଳୟରୁ ବାର୍ଦ୍ଧକ୍ୟ ଭତ୍ତା ଧରି ଘରକୁ ଆସିଥିଲେ।  ଏହି ଭତ୍ତା ଟଙ୍କା ଦେବାକୁ  ସ୍ଵାମୀ ତାଙ୍କୁ କହିଥିଲେ।  ହେଲେ ସ୍ତ୍ରୀ ତାହା ଦେଇନଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ମଧ୍ୟ ଏହି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ଏଥିରେ ଭିକାରି ଉତ୍‌କ୍ଷିପ୍ତ ହୋଇ କାଠ ଫାଳିଆରେ ସେରେନ୍ତାଙ୍କୁ ପିଟିବା ସହ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ସେରେନ୍ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post