Wed. Dec 25th, 2024

ବଢ଼ୁଛି ହୃଦ ସ୍ପନ୍ଦନ: ଇତିହାସ ରଚିବ ଓଡ଼ିଶା, ଉଦଘାଟନ ହେବ ହକି ମହାକୁମ୍ଭ, ରେହମାନ-ମାଧୁରୀ-ଶାହରୁଖ୍‌ଙ୍କ ସହିତ ଝୁମିବେ ଦର୍ଶକ

By amfnews Nov 27, 2018 #Featured
134 Views

ଭୁବନେଶ୍ୱର, ନଭେମ୍ବର ୨୭ : ବଢ଼ୁଛି ହୃଦ ସ୍ପନ୍ଦନ । ଅପେକ୍ଷା ସେହି ଐତିହାସିକ ମୁହୂର୍ତ୍ତକୁ । ଆଜି କିଛି ଘଣ୍ଟା ପରେ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ହକିକୁ ସାରା ବିଶ୍ୱରେ ପ୍ରଦର୍ଶନ କରିବାକୁ ଯାଉଛି ଓଡିଶା । ଅପରାହ୍ନ ୫. ୩୦ରେ ଚତୁର୍ଦ୍ଦଶ ପୁରୁଷ ବିଶ୍ୱ ହକି ମହାକୁମ୍ଭର ହେବ ଉଦଘାଟନୀ  ।

ବିଶ୍ୱକପ୍‌-୨୦୧୮ର କରିବେ ଶୁଭାରମ୍ଭ ହେବ । ସଙ୍ଗୀତକାର ଏ. ଆର୍‌ ରେହମାନଙ୍କ ସଙ୍ଗୀତ ସହିତ ତାଳେ ତାଳେ ଧକ୍‌ ଧକ୍ ଗାର୍ଲ ମାଧୁରୀଙ୍କ ନୃତ୍ୟରେ ଝୁମିବେ ଦର୍ଶକ । ଏହା ସହିତ ଦର୍ଶକଙ୍କୁ ମତୁଆଲା କରିବେ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ । ବିଶ୍ୱ କପ୍‌ରେ ୧୬ଟି ଦେଶ ଅଂଶ ଗ୍ରହଣ କରିଛନ୍ତି । ସମସ୍ତ ଦେଶର ଖେଳାଳୀମାନେ ଭୁବନେଶ୍ୱରରେ ପହଁଚି ଅଭ୍ୟାସ ଜାରି ରଖିଛନ୍ତି ।

ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା । ରାଜଧାନୀ ଆଜି ଏକ ନବବଧୂ ରୂପରେ ସଜେଇ ହୋଇଛି । କଳିଙ୍ଗ ଷ୍ଟାଡିୟମର ଉଦଘାଟନୀରେ ବିଶେଷ ଆକର୍ଷଣୀୟ ହେବାକୁ ଯାଉଛି ଆୟୋଜିତ ହୋଇଥିବା  ରଂଗାରଂଗ କାର୍ଯ୍ୟକ୍ରମ । ପ୍ରାୟ ୧୧୦୦ ନାମୀଦାମୀ କଳାକାର ପରିବେଷଣ କରିବେ । ଗତକାଲି ମାଧୁରୀ ଦିକ୍ଷିତ ତାଙ୍କ ଗ୍ରୁପ ସହ ମଂଚରେ ଶେଷ ଅଭ୍ୟାସ କରିସାରିଛନ୍ତି । ମାଧୁରୀ ‘ମଦର ଆର୍ଥ’ ଭୂମିକାରେ ଅବତୀର୍ଣ୍ଣ ହେବେ । ସେହିପରି ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତିଙ୍କ ନେତୃତ୍ୱରେ ଅଭିନେତ୍ରୀ ଅର୍ଚିତା ଓ ଅଭିନେତା ସବ୍ୟସାଚୀ  ଓଡିଶୀ ନୃତ୍ୟ ପରିବେଷଣ କରିବେ ।

ହକି ମହାକୁମ୍ଭ ପାଇଁ ସାରା ରାଜଧାନୀ କଡା ସୁରକ୍ଷା ବଳୟ ଭିତରେ ରହିଛି । କଳିଙ୍ଗ ଷ୍ଟାଡିୟମରେ ପୋଲିସ ଛାଉଁଣୀ ହୋଇଛି । ୭୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ଆଡିସନାଲ ଏସପି, ୫୫ ଡିଏସପି, ଏସଏସଜି, ଏସଓଜି, ଓଏସଏଫ, ଓଡିଆରଏଫ, ଭିଏଚଏଫ ଅପରେଟର କାମ କରିବେ । ଷ୍ଟାଡିୟମ ଭିତରର ୨୮ ସ୍ଥାନ ସମେତ ରାଜଧାନୀର ୬୦ ସ୍ଥାନରେ ୨୭୦ରୁ ଅଧିକ ସ୍ଥାନରେ ସିସି କ୍ୟାମେରା ଲାଗିଛି । ରାଜଧାନୀର ବିଭିନ୍ନ ସ୍ଥାନରେ ୨୮ ଟି କଂଟ୍ରୋଲ ରୁମ ଖୋଲାଯାଇଛି । କ୍ରୀଡାପ୍ରେମୀଙ୍କୁ ସାହାଯ୍ୟ କରିବାକୁ ରାଜଧାନୀର ୧୬ ଟି ସ୍ଥାନରେ ‘ମେ ଆଇ ହେଲ୍ପ ୟୁ’କେନ୍ଦ୍ର ଖୋଲିଛି ।

ଆଜି ଏହି ମହାକୁମ୍ଭ ହକି ପାଇଁ ଭୁବନେଶ୍ୱରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ତେବେ ରାଜ୍ୟର ଅନ୍ୟ ଅଂଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ  ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ରୁ ଛୁଟି ଘୋଷଣା ହୋଇଛି ।

By amfnews

Related Post