Sun. Mar 8th, 2026

ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

181 Views

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କାଞ୍ଜିଆପାଳ ଗାଁରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି।

ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ଗାଁ ନିକଟସ୍ଥ ଜମିରେ ପରିବା ଚାଷ କରିଥିଲେ। ଗତକାଲି ରାତିରେ ସେ ସେଠାକୁ ଜଗିବାକୁ ଯାଇଥିଲେ। ହେଲେ ଆଜି ସକାଳେ ଜମି ନିକଟରେ ଥିବା ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିଥିଲେ। ସେମାନେ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଥିଲେ ଓ ପୁଲିସ୍‌କୁ ଖବର ଦେଇଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ଦେହରେ ମାଡ଼ ଓ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ପିଟି ପିଟି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post