Sun. Mar 8th, 2026

‘ବୁଲ୍‌ବୁଲ୍‌‘ ପ୍ରଭାବ; ରାଜନଗରରେ ସର୍ବାଧିକ ବର୍ଷା ରେକର୍ଡ

226 Views

ଭୁବନେଶ୍ୱର : ‘ବୁଲ୍‌ବୁଲ୍‌‘ ପ୍ରଭାବରେ କେନ୍ଦ୍ରାପଡ଼ା ରାଜନଗରରେ ସର୍ବାଧିକ ବର୍ଷା ହୋଇଥିବା ସୂଚନା ମିଳିଛି। ୨୪ ଘଣ୍ଟା ଭିତରେ ରାଜନଗରରେ ୧୮୦ ମିମି ବର୍ଷା ରେକର୍ଡ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ  ହାରାହାରି ୭୫.୬ ମିମି ବର୍ଷା  ରେକର୍ଡ ହୋଇଥିବା ବେଳେ ଭଦ୍ରକ ଚାନ୍ଦବାଲିରେ ୧୫୦ ମିମି ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରାପଡ଼ା ରାଜକନିକାରେ ୧୩୬ ମିମି ବର୍ଷା,  ଜଗତସିଂହପୁରରେ ୧୦୦ ମିମି ବର୍ଷା ରେକର୍ଡ କରାଯାଇଛି।

ବର୍ଷା ଓ ପବନ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି।  କିଛି ଘରର ଆଜବେଷ୍ଟସ୍ ଓ ଚାଳ ଉପରେ ଗଛ ପଡ଼ିବାରୁ ତାହା କ୍ଷତିଗ୍ରସ୍ତ ହୋଇଛି। ଗଛ କାଟି ରାସ୍ତା ସଫା କରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ହଇରାଣର ସମ୍ମୁଖିନ ହେଉଛନ୍ତି।

By amfnews

Related Post