122 Views
ନୂଆଦିଲ୍ଲୀ, ଜାନୁୟାରୀ ୦୩ : ବୁଲନ୍ଦଶର ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜଙ୍କୁ ଗୁରୁବାର ଦିନ ପୁଲିସ ଗିରଫ କରିଛି। ଗତମାସରେ ଘଟିଥିବା ଏହି ହିଂସାକାଣ୍ଡରେ ଜଣେ ପୁଲିସ ଓ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା।
ଡିସେମ୍ବର ୩ ତାରିଖରୁ ରାଜ ନିରୁଦ୍ଦେଶ ହୋଇ ଯାଇଥିଲେ। ଡିସେମ୍ବର ୬ ତାରିଖରେ ରିଲିଜ୍ ହୋଇଥିବା ଏକ ଭିଡିଓ କ୍ଲିପ୍ରେ ଆତ୍ମଗୋପନ କରିଥିବା ରାଜ୍ ନିଜକୁ ନିର୍ଦୋଷ ବୋଲି ଦାବି କରିଥିଲେ। ସେ କହିଥିଲେ: ଏଥିରେ ମୋର କିଛି ଯାଏ ଆସେ ନାହିଁ। ଈଶ୍ୱରଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ମୁଁ ସମସ୍ତ ଅଭିଯୋଗରୁ ଉଦ୍ଧାର ପାଇବି। ସେ ଆହୁରି କହିଥିଲେ କି, କୁମାର ଓ ସୁମିତଙ୍କୁ ଗୁଳି ମରାଯିବା ବେଳେ ସେ ଘଟନାସ୍ଥଳରେ ଅନୁପସ୍ଥିତ ଥିଲେ।