Thu. Dec 26th, 2024

ବିପଦ ସଂକୁଳ ଭୁବନେଶ୍ୱର : ଭୂକମ୍ପ ଜୋନ୍ ୩ରେ ଓଡ଼ିଶାର ୭ ସହର

By amfnews Dec 28, 2020 #Featured
160 Views

ଭୁବନେଶ୍ୱର, ଡିସେମ୍ବର ୨୮ : ରାଜ୍ୟର ୭ ପ୍ରମୁଖ ପ୍ରଥମ ଶ୍ରେଣୀ ସହର ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି । ଓଡ଼ିଶାରେ ଭୂକମ୍ପ ଖୁବ୍ କମ୍ ଅନୁଭୂତ ହେଉଥିଲେ ବି ଏବେ ଠାରୁ ଭବିଷ୍ୟତ ପାଇର୍ ସତର୍କ ସୂଚନା ଦେଲାଣି ଦେଶର ଭୂକମ୍ପ ଜୋନ୍ ।

ଦେଶର ଭୂକମ୍ପ ଜୋନ୍ ୩ରେ ଓଡ଼ିଶାର ୭ ଟି ବଡ ବଡ ସହର ସହିଛି ଯେଉଁଗୁଡିକ ଭୂମିକମ୍ପ ଦୃଷ୍ଟିରୁ ବିପଦ ସଂକୁଳ ଅବସ୍ଥାରେ ରହିଛି । ସେ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସବୁଠାରୁ ଆଗରେ ରହିଛି । 

ଚଳିତ ବର୍ଷ ପୁରା ଦେଶରେ ପ୍ରାୟ ୪୦୦ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ଏ ମଧ୍ୟରୁ ଓଙ୍ଗ଼ିଶାରେ ମାତ୍ର ୩ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏବଂ ଏହି ଭୂମିକମ୍ପ ଗୁଡିକ ଅତି ସ୍ୱଳ୍ପ ସମୟ ପାଇଁ ମୃଦୁ ଭାବରେ ହୋଇଥିବାରୁ ଏହା କିଛି କ୍ଷୟକ୍ଷତି ଘଟାଇ ନଥିଲା । ମାତ୍ର ଏବେ ଏହା ଚିନ୍ତାର ବିଷୟ ସାଜିଛି ଯେ ରାଜ୍ୟର ୯ ଟି ପ୍ରଥମ ଶ୍ରେଣୀ ସହର ମଧ୍ୟରୁ ୭ଟି ଭୂମିକମ୍ପ ଜୋନ୍ ୩ରେ ରହିଛି ।

କେନ୍ଦ୍ର ସରକାରଙ୍କ ବିଏମ୍‌ଟିପିସି (ବିଲ୍‌ଡ଼ିଂ ମେଟେରିଆଲ୍‌ସ ଏଣ୍ଡ ଟେକ୍‌ନୋଲୋଜି ପ୍ରମୋସନ କାଉନସିଲ)ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁସାରେ ଭୂକମ୍ପ ବେଳେ ଜୋନ୍ ୨ ଅଞ୍ଚଳରେ ସ୍ୱଳ୍ପ କ୍ଷତି ହେଉଥିବା ବେଳେ ଜୋନ୍ ୩ରେ ମଧ୍ୟମ, ଜୋନ୍ ୪ରେ ଅଧିକ ଓ ଜୋନ୍ ୫ରେ ଅତ୍ୟଧିକ କ୍ଷତିର ଆଶଙ୍କା ଥାଏ । 

ଏଭଳି ସ୍ଥିତିରେ ଓଡ଼ିଶାର ପ୍ରଥମଶ୍ରେଣୀ ସହର ଗୁଡିକ ପାଇଁ ଯେଉଁ ବିପଦ ରହିଛି ସେହି ବିପଦ ସବୁଠାରୁ ଅଧିକ ରାଜ୍ୟର ରାଜଧାନୀ ବା ଭୁବନେଶ୍ୱର ପାଇଁ ଅଧିକ ରହିଛି । ଦିନକୁ ଦିନ ଅଧିକ ନିର୍ମାଣ, ସୁଉଚ୍ଚ ଅଟାଳିକା, ଭୂତଳ ଜଳ ସ୍ଖଳନ ଆଦି ଭୂମିକମ୍ପର ପ୍ରମୁଖ କରଣ ହୋଇଥିବା ବେଳେ ଏସବୁ ଦୃଷ୍ଟିରୁ ଭୁବନେଶ୍ୱର ଅଧିକ ବିପଦ ସଂକୁଳ ବୋଲି ବିବେଚନା କରାଯାଉଛି ।

ଚଳିତ ବର୍ଷ ଶେଷ ଥର ପାଇଁ ଡିସେମ୍ବର ୪ରେ ମୟୁରଭଞ୍ଜ ଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ଏହା ପୂର୍ବରୁ ଅଗଷ୍ଟ ୮ରେ ଗଞ୍ଜାମ ଓ ଜୁନ୍ ୨୨ରେ ରାୟଗଡାରେ ଭୂମିକମ୍ପ ଅନୂଭୂତ ହୋଇଥିଲା ।

By amfnews

Related Post