Fri. Mar 6th, 2026

ବିଧାନ ପରିଷଦ ଗଠନ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

238 Views

ଭୁବନେଶ୍ୱର: ଆଜି ସଚିବାଳୟଠାରେ ରାଜ୍ୟ କାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କ୍ୟାବିନେଟ୍‌ ଆଜି ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

ଆଜି କ୍ୟାବିନେଟ୍‌ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଧାନପରିଷଦ ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବୃାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ରଜ୍ୟ ସରକାର ୨୦୧୫ ମସିହା ଜାନୁଆରି ମାସ ୭ ତାରିଖ ଦିନ ବିଧାୟକ ତଥା ପରିବହନ ମନ୍ତ୍ରୀ ଡ. ନୃସିଂହ ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସେି ସବୁ ରାଜ୍ୟର ବିଧାନପରିଷଦ ଗଠନର ପ୍ରକ୍ରିୟା ଓ କାର୍ଯ୍ୟର ସମୀକ୍ଷା କରି ତତ୍ୟ ସଂଗ୍ରହ କରିଥିଲେ।

ଏହି କମିଟି କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର ଓ ତେଲେଙ୍ଗାନା ରାଜ୍ୟ ଗସ୍ତରେ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ଏହି କମିଟିର ରିପୋର୍ଟ ଆଜି କ୍ୟାବିନେଟ୍‌ରେ ଉପସ୍ଥାପିତ ହୋଇଥିଲଳା। ଭାରତୀୟ ସମ୍ବିଧାନର ଧାରା ୧୬୧(୧) ଅନୁଯାୟୀ, ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ସଂଙ୍କଳ୍ପ ଗୃହିତ ହେବା ଆବଶ୍ୟକ। ଏଥିପାଇଁ ଆଗାମୀ ମୌସୁମୀ ଅଧିବେଶନରେ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇ୍ୟ ସଙ୍କଳ୍ପ ଉପସ୍ଥାପନ ପାଇଁ ଆଜିର କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି।

By amfnews

Related Post