Wed. Jan 22nd, 2025

ବିଧାନସଭା ନିର୍ବାଚନ: ୩ୟ ପର୍ଯ୍ୟାୟ ପାଇଁ ଆସାମ ଓ ପଶ୍ଚିମବଙ୍ଗରେ ପ୍ରଚାର ଶେଷ, ୬ରେ ମତଦାନ

By amfnews Apr 5, 2021 #Featured
161 Views

ନୂଆଦିଲ୍ଲୀ, ଏପ୍ରିଲ ୦୫ : ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ୩ୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୬ ତାରିଖରେ ମତଦାନ ହେବ । ଏଥି ଲାଗି ଏପ୍ରିଲ ୪ ତାରିଖରେ ଶେଷ ଦିନରେ ଶାସକ ତୃଣମୂଳ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ସିପିଆଇ, କଂଗ୍ରେସ ଓ ଅନ୍ୟ ଆଂଚଳିକ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । 

ଉଭୟ ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ପଶ୍ଚିମବଙ୍ଗରେ ୩ୟ ପର୍ଯ୍ୟାୟରେ ୩୧ଟି ଆସନରେ ଭୋଟ ହେବ । ଏଥିରେ ହୁଗୁଳିରେ ୮ଟି, ହାୱଡାରେ ୭ଟି ଓ ୨୪ ପ୍ରଗଣାରେ ୧୬ଟି ଆସନରେ ମତଦାନ ହେବ । 

ଆସାମରେ ଆସନ୍ତାକାଲି ୩ୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ହେଉଛି । ଏଥି ପାଇଁ ଏପ୍ରିଲ ୪ ତାରିଖରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ମତଦାନ ସମୟରେ ରାଜ୍ୟରେ ଯେଭଳି କୌଣସି ବିଶୃଙ୍ଖଳା ଓ ହିଂସା ନ ହେବ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସାମର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆସନ୍ତା ମେ’ ୨ ତାରିଖରେ ହୋଇ ଫଳାଫଳ ଘୋଷଣା କରାଯିବ । 

By amfnews

Related Post