425 Views
ଭୁବନେଶ୍ୱର : ଆଗାମୀ ୨୧ତରିଖରେ ବିଜେପୁର ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି ବରଗଡ଼ ଜିଲ୍ଲା ପ୍ରଶାସନ । ଉପନିର୍ବାଚନ ପାଇଁ ବିଜେପୁରରେ ହୋଇଛି ୨୮୫ଟି ପୁଲିଂ ବୁଥ୍ । ଏହା ମଧ୍ୟରୁ ପ୍ରଶାସନ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରିଛି । ଏହି ସମସ୍ତ ସମ୍ବେଦନଶୀଳ ବୁଥରେ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ କରାଯିବ । ୭ଟି ବୁଥରେ ୱେବ କାଷ୍ଟିଂ କରାଯିବ । ୧୪ଟି ବୁଥରେ ସିସିଟିଭି ଲଗାଯିବା ସହ ୧୬ଟି ବୁଥରେ ଭିଡିଓଗ୍ରାଫି କରିବାକୁ ନିଷ୍ପତି ନିଆଯାଇଛି । ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି ବରଗଡ଼ ଜିଲ୍ଲାପାଳ । ମୋଟ୍ ୨ଲକ୍ଷ ୩୨ହଜାର୨୬୪ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ବୋଲି ଜଣା ପଡ଼ିଥିବା ବେଳେ ୨୪ରେ ଭୋଟ୍ ଗଣତି ଓ ୨୭ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଜଣା ପଡ଼ିଛି ।