ବିଜେଡିର ବିପି । ଜଣେ ବି ହେଲେ ଯାଜପୁର ବିଧାୟକ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସ ଏବଂ ପି ହେଲେ ରାଜ୍ୟସଭା ସାଂସଦ ପ୍ରତାପ ଦେବ । ଏହି ଦୁଇଜଣଙ୍କୁ ନେଇ ଅଧିକାଂଶ ନେତା ଖପ୍ପା । ଏପରିକି ତୁଣ୍ଡ ଖୋଲିଲେ ମୁଣ୍ଡ କଟିଯିବା ଭୟରେ ଏନେଇ ସମସ୍ତେ ଚୁପ୍ ରହିଛନ୍ତି । ଉଭୟ ନେତା ବବି ଦାସ ଓ ପ୍ରତାପ ଦେବାଙ୍କର ତୃତୀୟ ମହଲାରେ ବେଶ ଦବଦବା ରହିଛି । ଜଣେ ଆଇଏଏସ ଅଫିସରଙ୍କ ଏକାଡେମୀର ଛାତ୍ର ହୋଇଥିବା ବେଳେ ଆଉ ଜଣେ ଆଇପିଏସ ଅଫିସରଙ୍କ ଏକାଡେମୀର ଛାତ୍ର ।
ମୁଖିଆଙ୍କ ସହ ଏମାନଙ୍କର ବେଶ ଭଲ ସମ୍ପର୍କ ଥିଲା । ଜଣଙ୍କୁ ମୁଖପାତ୍ର, ପ୍ୟାନେଲିଷ୍ଟ ସହିତ ମିଡିଆ ଯୋଗାଯୋଗର ଦାୟିତ୍ୱ ମିଳିଥିବା ବେଳେ ଆଉ ଜଣେ ନେତାଙ୍କୁ ସଙ୍ଗଠନ ସଜାଡିବାର ଦାୟିତ୍ୱ ଦିଆାଇଥିଲା । ଏହି ପାୱାର ପାଇବା ପରେ ଦଳରେ ସେମାନେ ନିଜର କାର୍ତ୍ତି ବଢାଇବା ପାଇଁ ଏବେ ପ୍ରୟାସ ଆରମ୍ଭ କରିଛନ୍ତି । ଉଭୟ ଶକ୍ତି ପ୍ରଦର୍ଶନରେ ଏବେ ବିଜେଡି ଏକପ୍ରକାର ଦୁଇଫାଳ ହେବାକୁ ବସିଛି । ଦଳରେ ନେତାଙ୍କ ଅପେକ୍ଷା ଅଫିସର ମାନଙ୍କର ଦବଦବା ବଢିବାଲେ ଲାଗିଛି । ବିଜେଡିରେ ଏହି ବି ଓ ପି ନାମଧାରୀ ନେତା ଏବେ ବିଜେଡି ପାଇଁ ଅଡୁଆ ସାଜିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି । ଏହି ନେତାମାନଙ୍କ ଚାପରେ ଚାପି ହୋଇ ବହୁ ନେତା ଏବେ ଦଳ ଡେଇଁବା ପାଇଁ ତୟାର ହୋଇଥିବା କଥା ଦଳର ନେତାଙ୍କ ମହଲରେ ଆଲୋଚନା ହେଉଛି ।