Fri. Mar 6th, 2026
180 Views

ବାରିପଦା : ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତକାଲି ରାତିରେ ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।  ଆଜି ସକାଳୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରକୁ ଫେରି ଯାଇଥିବା ଜଣାଯାଇଛି।

ଗତକାଲି ବାହାଘରରେ ଭୋଜି ଖାଇବା ପରେ ହଠାତ୍ ୬୦ରୁ ଊର୍ଦ୍ଧ୍ୱ ଜଣଙ୍କର ବାନ୍ତି ସହ ପେଟବ୍ୟଥା ହୋଇଥିଲା। ସେମାନଙ୍କ ମଧ୍ୟରେ ୧୦ରୁ ଅଧିକ ଶିଶୁ ମଧ୍ୟ ଥିଲେ।

By amfnews

Related Post