Fri. Mar 6th, 2026

ବାଲେଶ୍ୱର: ରେଳ ଷ୍ଟେସନ୍‌ରୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରେମିକ ଓ ପ୍ରେମିକା ଉଦ୍ଧାର

366 Views

ବାଲେଶ୍ୱର: ରବିବାର ସକାଳେ ଜଳେଶ୍ୱର ଥାନା ରାଜଘାଟ ରେଳବାଇ ଷ୍ଟେସନ୍‌ ନିକଟରୁ ଜିଆର୍‌ପି ପୁଲିସ ହଳେ ପ୍ରେମିକ ଓ ପ୍ରେମିକାଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଛି।

ପ୍ରେମିକା ହେଉଛନ୍ତି ଜଳେଶ୍ୱର ଥାନା ରାୟରାଇଚନ୍ଦ୍ରପୁର ଗ୍ରାମର କୀର୍ତ୍ତିରଞ୍ଜନ ସାହୁଙ୍କ ପତ୍ନୀ ଭାରତୀ। ସେ ଗତ ଗୁରୁବାର ଠାରୁ ପାଖ ଗ୍ରାମରେ ଥିବା ତାଙ୍କର ପ୍ରେମିକ ଦୀପକ ସାହୁଙ୍କ ସହ ନିରୁଦ୍ଦେଶ ହୋଇଯାଇଥିଲେ। ରାଜଧାନୀରେ କାର୍ଯ୍ୟରତ କୀର୍ତ୍ତିଙ୍କର ବର୍ଷେ ତଳେ ଭାରତୀଙ୍କ ସହ ବାହାଘର ହୋଇଥିଲା। କୌଣସି ପ୍ରକାରେ ଭାରତୀଙ୍କର ପଡ଼ୋଶୀ ଗାଁର ଦୀପକଙ୍କ ସହ ସ୍ନେହ ସମ୍ପର୍କ ଗଢ଼ି ଉଠିଥିଲା। ଆଜି ସକାଳେ ମୃତପ୍ରାୟ ଅବସ୍ଥାରେ ରେଳବାଇ ଷ୍ଟେସନ୍‌ ନିକଟରେ ପଡ଼ିଥିଲେ। ଭାରତୀଙ୍କର ଗୋଟିଏ ଗୋଡ଼ ମଧ୍ୟ କଟି ଯାଇଛି।

ପତ୍ନୀ ନିଖୋଜ ହେବା ଘଟନା ସମ୍ପର୍କରେ କୀର୍ତ୍ତିରଞ୍ଜନ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଏ ଖବର ପାଇ ଭାରତୀଙ୍କ ବାପଘର ଲୋକେ ବି ଜଳେଶ୍ୱର ଥାନାରେ ଝିଅ ନିଖୋଜ ହୋଇଥିବା ଏତଲା ଦେଇଥିଲେ।

ଜିଆର୍‌ପି ପୁଲିସ ଉଭୟଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

By amfnews

Related Post