Sun. Mar 8th, 2026

ବାଲେଶ୍ୱର: ଚାନ୍ଦିପୁରରୁ କ୍ୟୁଆର୍‌-ସାମ୍‌ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ସଫଳ

166 Views

ଚାନ୍ଦିପୁର: ରବିବାର ପୂର୍ବାହ୍ନ ୧୧ଟା ବେଳେ ସ୍ଥାନୀୟ ସମନ୍ଵିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତ୍‌କ୍ଷେପଣ କେନ୍ଦ୍ରରୁ କ୍ଷେପଣାସ୍ତ୍ର ‘କ୍ୟୁଆର୍‌ ସାମ୍‌’କୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ‘କ୍ୟୁଆର୍‌ ସାମ୍‌’କୁ ‘ଡିଆର୍‌ଡିଓ’ ‘ଭାରତ ଇଲେକ୍ଟ୍ରୋନିକସ୍‌ ଲିମିଟେଡ୍‌’ ସହଯୋଗରେ ସେନାବାହିନୀ ପାଇଁ ବିକଶିତ କରିଛି। ୩୦ କିଲୋମିଟର୍‌ ଯାଏଁ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ସମୟରେ ଆଇଟିଆର୍‌ର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

By amfnews

Related Post