Sat. Mar 7th, 2026

ବାରାକ ଓବାମାଙ୍କୁ ପ୍ଲାଷ୍ଟିକ ବୋମା ପାର୍ସଲ କରିଥିବା ବ୍ୟକ୍ତି ଗିରଫ

414 Views

ଫ୍ଲୋରିଡ଼ା, ୨୭ ।୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମାଲୋଚକ ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ହିଲାରୀ କ୍ଲିଣ୍ଟନଙ୍କ ସମେ ଡେମୋକଆଟିଖ ପାର୍ଟିର ସହଯୋଗୀମାନଙ୍କ ପାଖକୁ ୧୪ଟି ପାର୍ସଲ ବୋମା ପଠାଇଥିବା ସେସାର ସୟୋକ( ୫୬)ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗତକାଲି ତାଙ୍କୁ ଫ୍ଲୋରିଡାର ମିଆମି ନିକଟସ୍ଥ ପ୍ଲାଣ୍ଟେସନରଠାରେ ଥିବା ଏକ ଅଟୋ ପାର୍ଟସ ଷ୍ଟୋରରୁ ଗିରଫ କରାଯାଇଛି ଓ ସେ ଜଣେ ପେଷାଦାର ମଲ୍ଲଯୋଦ୍ଧା ବା ରେସଲର ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଏକ ଇଲେକ୍ଟ୍ରିକ୍‌ କମ୍ପାନିକୁ ବୋମା ପକାଇ ଉଡ଼ାଇ ଦେବାକୁ ସେ ଧମକ ଦେଇଥିଲେ।
ଅଧିକାରୀମାନେ ସୟୋକଙ୍କଏକ ଧଳା ରଙ୍ଗର ଭ୍ୟାନକୁ ଜବତ କରିଛନ୍ତି। ଏହି ଭ୍ୟାନରେ ଟ୍ରମ୍ପ ସପକ୍ଷବାଦୀ ସ୍ଲୋଗାନ ଲେଖାଯାଇଥିିବା ବେଳେ ଡେମୋକ୍ରାଟିକ୍‌ ଦଳର ରାଜନେତାଙ୍କ ମୁହଁରେ ଲାଲ ଛକି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ସୟୋକଙ୍କୁ ଧରିବା ପାଇଁ ଫିଙ୍ଗରପ୍ରିଣ୍ଟ ଓ ଡିଏନଏ ଟେଷ୍ଟ କରାଯାଇଥିଲା। ଆମେରିକାର ପୁଲିସ ଏଫବିଅରର ନିର୍ଦ୍ଦେଶକ ଖ୍ରୀଷ୍ଟଫର ରେ କହିଛନ୍ତି ଯେ ସୟୋକଙ୍କ ଗିରଫଦାରି ଦ୍ୱାରା ବିପଦ ଟଳି ଯାଇଛି ବୋଲି ଭାବିବା ଭୁଲ। ହୁଏତ ଅନ୍ୟ କେତେକ ପାର୍ସଲ ସେ ପଠାଇ ସାରିଛନ୍ତି।

ଯାହା ଏ ପର୍ଯ୍ୟନ୍ତ ତାର ଠିକଣାରେ ପହଞ୍ଚି ନାହିଁ ବୋଲି ଶ୍ରୀ ରେ କହିଛନ୍ତି।ସେହିପରି ଏହି ଘଟଣାରେ ଅନ୍ୟକେହି ସମ୍ପୃକ୍ତ କିମ୍ବା ନାହିଁ ତାହା ତଦନ୍ତ କରାଯାଉଛି ବୋଲି କୁହାଯାଇଛି। ଯଦି ସୟୋକଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ତାଙ୍କ ଆମେରିକା ଆଇନ ଅନୁଯାୟୀ, ୪୮ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏ ପ୍ରକାର ରାଜନୈତିକ ହିଂସାକୁ ବରଦାସ୍ତ କରି କରାଯିବ ନାହିଁ ବୋଲି ୟୁଏସ ଆଟର୍ଣ୍ଣି ଜେନେରାଲ ଜେଫ୍‌ ସେସନ୍ସ କହିଛନ୍ତି।

By amfnews

Related Post