Mon. Dec 23rd, 2024

ବାପ-ମାଙ୍କ ଉପରେ ଅତ୍ୟାଚାର, ପୁଅ ଗିରଫ

rklsanchar@gmail.com' By J.N. Pradhan Sep 13, 2018 #Featured
177 Views

ରାଉରକେଲା, ୧୩ା୯ : ବାପ-ମା’ଙ୍କୁ ମାଡ଼ ମାରିବା, ଘରୁ ସେମାନଙ୍କ ଜିନିଷପତ୍ର ନେଇ ବାହାରେ ବିକ୍ରି କରିବା, ଘରୁ ଟଙ୍କା ପଇସା ଲୁଟ୍ପାଟ କରିବା ଭଳି ଅଭିଯୋଗରେ ସେକ୍ଟର-୧୯ ପୁଲିସ ଭବାନୀ ବାଗ ନାମକ ଜଣେ ଅସାମାଜିକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ତା’ର ଜାମିନ ନାକଚ ହୋଇଯାଇଛି । ସେକ୍ଟର-୨୦ ପମ୍ପ୍ ହାଉସ୍ କଲୋନୀରେ ଭବାନୀ ତା’ର ବାପ-ମା’ଙ୍କ ସହିତ ରହୁଛି । ଭବାନୀ କିଛି କାମ ଧନ୍ଦା ନକରି ମଦ ପିଇ ସବୁବେଳେ ମାତାଲ ଅବସ୍ଥାରେ ରହେ ।

ମଦ ପିଇବାକୁ ଜୋର୍ ଜୁଲମ କରି ବାପ-ମା’ଙ୍କ ଠାରୁ ପଇସାପତ୍ର ନେଉ ଯାଉଥିଲା ଓ ଘର ଭିତରେ ବିଭିନ୍ନ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିଲା । ଘରୁ ମଧ୍ୟ ମୋବାଇଲ ନେଇ ବାହାରେ ବିକ୍ରି କରି ଦେଇଥିଲା । ଏସବୁ ବିରୋଧ କଲେ ବୃଦ୍ଧ-ବୃଦ୍ଧା ବାପ-ମା’ଙ୍କୁ ପିଟାପିଟି କରୁଥିଲା । ଭବାନୀର ଏଭଳି ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା । ତେଣୁ ବୃଦ୍ଧ ପିତା-ମାତା ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଭବାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Post