65 Views
ନୂଆପଡ଼ା : ବାପାଙ୍କ ମୃତ୍ୟୁ ପରେ ୪ ଭଉଣୀ ନିଖୋଜ ଘଟଣାକୁ ୧୭ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ବି ଏନେଇ କୌଣସି ଖୋଜଖବର ପାଉନାହାନ୍ତି ପରିବାର ଲୋକେ । ନୂଆପଡ଼ା ଜିଲ୍ଲା ଲଖନା ଥାନାର କୁରୁମପୁରୀ ଗାଁରେ ୪ ଭଉଣୀ ନିଖୋଜ ହୋଇଥିବା ନେଇ ଭାଇ କଲ୍ୟାଣ ଅହିର ଥାନାରେ ଏତଲା ଦେଇଛନ୍ତି।
ଡିସେମ୍ବର ୨୦ରେ ଉଭେରାମ ଅହିର ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ପୁଅ କଲ୍ୟାଣ ବାପାଙ୍କ ମୃତଦେହ ଘରକୁ ଆଣିବା ସହ ବନ୍ଧୁବାନ୍ଧବଙ୍କୁ ସତ୍କାରରେ ସାମିଲ ହେବାକୁ କହିଥିଲେ । ହେଲେ ୪ ଭଉଣୀ ବିଶିନି, ଭୁବନେଶ୍ୱରୀ, ସୁଲୋଚନା ଓ ରାଧିକା ଏଥିରେ ଅରାଜି ହୋଇଥିଲେ । ରାତି ପାହିଲେ ସତ୍କାର କରିବାକୁ କହିଥିଲେ । ହେଲେ ବନ୍ଧୁବାନ୍ଧବଙ୍କ ପରାମର୍ଶରେ କଲ୍ୟାଣ ସନ୍ଧ୍ୟାରେ ଶବ ସତ୍କାର କରିଥିଲେ । ଶବ ସତ୍କାର କରି ଫେରିବା ବେଳକୁ ୪ ଭଉଣୀ ଘରେ ନଥିଲେ । ୧୭ ଦିନ ହେଲା ଘରକୁ ନ ଫେରିବାରୁ ଭାଇ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।