Sun. Mar 8th, 2026

ବାଜପେୟୀଙ୍କ ସମୟରେ କଶ୍ମୀର ବିବାଦର ସମାଧାନ ପାଇଁ ପ୍ରୟାସ ହୋଇଥିଲା: ଇମ୍ରାନ ଖାନ୍

179 Views

ଓ୍ୱାଶିଂଟନ  : କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନ ସେନାର ପୂର୍ବତନ ମୁଖ୍ୟ ପରଭେଜ ମୁଶାରଫଙ୍କ ସମୟରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଙ୍ଗଳବାର ଆମେରିକା କଂଗ୍ରେସ ପକ୍ଷରୁ ଆୟୋଜିତ ‘ୟୁଏସ ଇନଷ୍ଟିଚ୍ୟୁଟ୍ ଅଫ୍ ପିସ’ ନାମକ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ଇମ୍ରାନ କହିଛନ୍ତି , କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବହୁ ପୁରୁଣା। ବିଡମ୍ବନାର ବିଷୟ, ଯେବେ ବି ଭାରତ ସହିତ ପାକିସ୍ତାନ ସମ୍ପର୍କକୁ ଆଉ ପାଦେ ଆଗକୁ ନେବା ପାଇଁ ଚେଷ୍ଟା କରିଛି, ଦୁର୍ଭାଗ୍ୟବଶତଃ ଏଭଳି କିଛି ପରିସ୍ଥିତି ଉପୁଜିଛି ଯାହା ଦୁଇ ଦେଶର ସମ୍ପର୍କକୁ ବିଗାଡ଼ି ଦେଇଛି।
ସେ ଆହୁରି କହିଛନ୍ତି ପାକିସ୍ତାନରେ ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ଦୂର୍ନୀତି। କ୍ଷମତାକୁ ଆସିବା ପରେ ସେ ସବୁବେଳେ ଭାରତ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଛନ୍ତି। ଏ ନେଇ ଭାରତରେ ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିବା ସେ କହିଛନ୍ତି। ଏହି ଅବସରରେ ଆତଙ୍କବାଦୀ ପ୍ରସଙ୍ଗରେ ଜବାବ ଦେବାକୁ ଯାଇ ଇମ୍ରାନ କହିଛନ୍ତି, ଦେଶରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

By amfnews

Related Post