Sat. Mar 7th, 2026

ବରଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଶଳାଭାଉଜ ଓ ନଣନ୍ଦେଇ

533 Views

ଅନଗୁଳ: ଶୁକ୍ରବାର ରାତିରେ କୁମଣ୍ଡ ଅନ୍ତର୍ଗତ ଚଣ୍ଡିବଜାର ପାଖରେ ଥିବା ଗୋଟାଏ ବରଗଛରେ ଫାଶୀ ଲଗାଇ ଜଣେ ମଧ୍ୟବୟସ୍କ ପୁରୁଷ ଓ ମହିଳା ଆତ୍ମହତ୍ୟା କରି ଛନ୍ତି। ଶନିବାର ସକାଳେ ସ୍ଥାନୀୟ ଲୋକେ ପିନ୍ଧା ଶାଢ଼ିରେ ଓହଳି ଥିବା ସେମାନଙ୍କ ଶବ ଦେଖି ଛନ୍ତି। ମୃତ ପୁରୁଷଜଣକ ହେଲେ କୁମଣ୍ଡ ଅଞ୍ଚଳର ଚାନ୍ଦିନୀଚୌକ୍‌ ନିବାସୀ ୫୦ ବର୍ଷିୟ ରଞ୍ଜନ ସାହୁ। ମହିଳାଜଣକ ହେଉଛନ୍ତି ତାଙ୍କର ଶଳାଭାଉଜ ବାଲୁଆକଟା ଗ୍ରାମର ୫୦ ବର୍ଷୀୟ ସୁଜାତା ସାହୁ।

ଚାରିଦିନ ତଳେ ଶଳାଭାଉଜ ଓ ନଣନ୍ଦେଇ ନିରୁଦ୍ଦେଶ ହୋଇ ଯାଇଥିଲେ। ଉଭୟଙ୍କ ମଧ୍ୟରେ ଅବୈଧ ସ୍ନେହ ସମ୍ପର୍କ ଥିବା କଥା କୁହା ଯାଉଛି। ରଞ୍ଜନ ତାଙ୍କ ଝିଅର ବାହାଘର କରାଇ ସାରିଛନ୍ତି। ସୁଜାତାଙ୍କର ଦୁଇଟି ଝିଅ ଅଛନ୍ତି।ଅନଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ଦୁଇଟିକୁ ବରଗଛରୁ ଉତ୍ତାରିବା ପରେ ବ୍ୟବଚ୍ଛେଦ ନିମନ୍ତେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

By amfnews

Related Post