Sat. Mar 7th, 2026

ବନ୍ୟା ପ୍ରପୀଡିତ କେରଳବାସୀଙ୍କ ସହାୟତା ପାଇଁ ଆମ୍ବାଗାନ ସ୍ଥିତ ନିର୍ମଳମୁଣ୍ଡା ମାର୍କେଟ ବ୍ୟବସାୟୀଙ୍କୁ ସିଆଇଟିୟୁର ଅଭିନନ୍ଦନ

202 Views

ରାଉରକେଲା, ୨୭ା୮ : ଆମ୍ବାଗାନ ସ୍ଥିତ ନିର୍ମଳମୁଣ୍ଡା ମାର୍କେଟରେ ଷ୍ଟିଲ୍ ଏମ୍ପ୍ଲଇଜ୍ ଟ୍ରେଡ୍ ୟୁନିୟନ ଓ ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ (ସିଆଇଟିୟୁ) ତରଫରୁ କେରଳର ବନ୍ୟା ପ୍ରପୀଡିତ ଜନସାଧାରଣଙ୍କ ପାଇଁ ରିଲିଫ୍ ପାଣ୍ଠି ସଂଗ୍ରହ କରାଯାଇଥିଲା । ମୁଣ୍ଡା ମାର୍କେଟ ସ୍ଥିତ ଛୋଟ ଛୋଟ ବ୍ୟବସାୟୀ, ପରିବା ବ୍ୟବସାୟୀଙ୍କ ରିଲିଫ୍ ପାଣ୍ଠି ଆର୍ôଥକ ସହାୟତା ପ୍ରାୟ ୫ ହଜାର ଟଙ୍କା ଅଭିନନ୍ଦନୀୟ ।

ଏହାମଧ୍ୟରେ ରାଉରକେଲାରେ କେରଳର ବନ୍ୟା ପ୍ରପୀଡିତ ଲୋକଙ୍କ ପାଇଁ ରାଉରକେଲାର ଜନସାଧାରଣ ଓ ବ୍ୟବସାୟୀଙ୍କ ସାହାଯ୍ୟ ପାଇଁ ସିଆଇଟିୟୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସାହାଯ୍ୟ କରିବାକୁ ଆହ୍ୱାନ କରିଛି । ଆଜିର ଏହି ପାଣ୍ଠି ସଂଗ୍ରହରେ ସାଧାରଣ ସମ୍ପାଦକ ବସନ୍ତ ନାୟକ, ଏସ୍.କେ. ବେହେରା, ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ସୁରେନ୍ଦ୍ର ମହାନ୍ତି, ଅଶୋକ ମିଶ୍ର, ଏନ୍.ଏନ୍. ପାଣିଗ୍ରାହୀ, ରତ୍ନାକର ନାୟକ, କିଶୋର ତନ୍ତୀ, ବିଶ୍ୱଜିତ ମାଝି, ଲକ୍ଷ୍ମୀଧର ନାୟକ, ଅରୁ ଦାସ, ପ୍ରଦୀପ ସେଠୀ, ଜେ.କେ. ସାହୁ, ପୀତାମ୍ବର ବେହେରା, ଜି.କେ. ନାୟକ, ଅଶୋକ ଘୋଷ, ଦିବାକର ମହାରଣା, ଜଗନ୍ନାଥ ନାଏକ, ଜଗଦିଶ ପାଲ ପ୍ରମୁଖ ପାଣ୍ଠି ସଂଗ୍ରହରେ ସାମିଲ୍ ଥିଲେ ।

ଏହାମଧ୍ୟରେ ସିଆଇଟିୟୁର ସମସ୍ତ କର୍ମକର୍ତ୍ତା ଗୋଟିଏ ଦିନର ଦରମା ଦେବା ସହ ସାମର୍ଥ୍ୟ ଠାରୁ ଅଧିକ ପାଣ୍ଠି ସଂଗ୍ରହ କରି କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପଠାଇବା ନିଷ୍ପତ୍ତି ଗ୍ରହଣ କରାଯାଇଛି । ବନ୍ୟା ପରେ ପୁନର୍ଗଠନ ପାଇଁ ବ୍ୟାପକ ସହାୟତାର ଆବଶ୍ୟକତା ରହିଛି । ଭାରତର ସମସ୍ତ ପ୍ରାକୃତିକ ବିପର୍ଯ୍ୟ ସମୟରେ ରାଉରକେଲାବାସୀ ସାହାଯ୍ୟର ହାତ ବଢାଇଥିବା ନଜିର ରହିଛି ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖିବା ପାଇଁ ସାଧାରଣ ସମ୍ପାଦକ ବସନ୍ତ ନାୟକ ନିବେଦନ କରିଛନ୍ତି ।

By amfnews

Related Post