Tue. Mar 10th, 2026

ବନ୍ଦ ହେଲା ଦେଶର ପ୍ରମଖ ଦୈନିକ ଖବର କାଗଜ

197 Views

ନୂଆଦିଲ୍ଲୀ : ଆଜିଠାରୁ ବନ୍ଦ ହୋଇଛି ଦେଶର ପ୍ରମୁଖ ଓ ନିର୍ଭରଯୋଗ୍ୟ ଖବରକାଗଜ ଡିଏନଏ (Daily News and Analysis)। ଗତକାଲି ଥିଲା ଡିଏନଏର ଅନ୍ତିମ ସଂସ୍କରଣ। ଇଂରାଜୀରେ ପ୍ରକାଶ ପାଉଥିବା ଏହି ଖବରକାଗଜ ତାର ଅହମଦାବାଦ ଏବଂ ମୁମ୍ୱାଇ ସଂସ୍କରଣକୁ ଆଜିଠାରୁ ବନ୍ଦ କରିଛି। ୨୦୦୫ ମସିହାରେ ଡିଏମସିଏଲ (Diligent Media Corporation Ltd) ଦ୍ୱାରା ଏହି ଖବରକାଗଜ ଆରମ୍ଭ ହୋଇଥିଲା। ଏସେଲ ଗ୍ରୁପ ଏବଂ ଭାସ୍କର ଗ୍ରୁପର ମିଳିତ ଉଦ୍ୟମରେ ଡିଏମସିଲ ପ୍ରତିଷ୍ଠା କରାଯାଇ ଡିଏନଏ ଖବରକାଗଜ ପ୍ରକାଶ ପାଇଥିଲା। ଏବେ କିନ୍ତୁ କେବେଳ ଡିଜିଟାଲ ମିଡିଆରେ ସକ୍ରିୟ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଦେଶରେ ଡିଜିଟାଲ ମିଡିଆ ପ୍ରତି ଲୋକଙ୍କର ବଢ଼ୁଥିବା ଚାହିଦା ଏବଂ ଖବରକାଗଜ ପ୍ରକାଶ କରିବା ବ୍ୟୟବହୁଳ ହେବାରୁ ଏହାକୁ ନଜରରେ ରଖି ଖବରକାଗଜ ବନ୍ଦ କରି କେବେଳ ଓ୍ୱେବ୍ ପୋର୍ଟାଲରେ ସୀମିତ ରହିବ ପାଇଁ ଡିଏମସିଏଲ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଡିଏନଏର ଆପ୍ସ ଆସିବ ବୋଲି ମଧ୍ୟ କମ୍ପାନୀ ପକ୍ଷରୁ ଜଣାପଡ଼ିଛି।

୨୦୦୫ରେ ଏହି ଖବରକାଗଜ ବଜାରକୁ ଆସିବା ପରେ ହିନ୍ଦୁସ୍ଥାନ ଟାଇମ୍ସ, ଟାଇମ୍ସ ଗ୍ରୁପ ଓ ମୁମ୍ୱାଇ ମିରର ଭଳି ଗଣମାଧ୍ୟମ ସଂସ୍ଥା ବଜାରରେ ପ୍ରବେଶ କରିଥିଲେ। ଚଳିତ ବର୍ଷ ଫେବୃଆରୀରେ ଏହି ଡିଏନଏ ଖବରକାଗଜ ତାର ଦିଲ୍ଲୀ ସଂସ୍କରଣକୁ ବିକ୍ରି କରିବା ପାଇଁ ନିଲାମୀ ଡ଼ାକିଥିଲା।

ଡିଏନଏ ଭଳି ଦେଶର ଅନ୍ୟ ଏକ ପ୍ରମୁଖ ଇଂରାଜୀ ଖବରକାଗଜ ଡେକାନ କ୍ରୋନିକିଲ ତାର ଅନ୍ୟ ଏକ ଖବରକାଗଜ ଫିନାନସିଆଲ କ୍ରୋନିକିଲର ପ୍ରକାଶନ ଫେବୃଆରୀରେ ବନ୍ଦ କରିଛି। ୫ଟି ସହରରେ ଏହି ଫିନାନସିଆଲ କ୍ରୋନିକିଲ ପ୍ରକାଶନ ପାଉଥିଲା।

By amfnews

Related Post