ଭୁବନେଶ୍ୱର, ଏପ୍ରିଲ ୫ : ରାଜ୍ୟରେ ପୁଣି ଅସ୍ତବ୍ୟସ୍ତ କଲାଣି କରୋନା । ହୁ ହୁ ହୋଇ ସଂକ୍ରମଣ ବଢିଚାଲିଛି, ଏହି ଉପରମୁହାଁ କରୋନା ଗ୍ରାଫ କୁ ନେଇ ଏବେ ଚିନ୍ତାରେ ରାଜ୍ୟ ବାସୀ । କରୋନାର ଏହି ସ୍ଥିତିକୁ ଏଡାଇବା ପାଇଁ ଆଜି ଠାରୁ ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ।
ବର୍ତମାନ ରାଜ୍ୟ ବାହାରୁ ସଂକ୍ରମଣର ଭୟ ଅଧିକ ରହିଥିବାରୁ ଅଧିକ ସଂକ୍ରମଣ ବଢୁଥିବା ରାଜ୍ୟ ଗୁଡିକର ସୀମାନ୍ତବର୍ତ୍ତୀ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୦ ଟି ଜିଲ୍ଲା ଉପରେ କଟକରା ଲଗାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।
ପୁରା ରାଜ୍ୟ ପାଇଁ ଭୟ ବଢାଇଥିବା ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର ଓ ବରଗଡ ଜିଲ୍ଲାରେ ଆଜି ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ ।
ଏହି ଜିଲ୍ଲା ଗୁଡିକର ସଂକ୍ରମଣକୁ ରୋକି ବା ପାଇଁ ଏବଂ ସଂକ୍ରମଣର ପ୍ରକୃତ ଷ୍ଟ୍ରେନ୍ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଜିଲ୍ଲାରେ ସମସ୍ତ କରୋନା କଟକଣା କଡାକଡି ପାଳନ କରିବାକୁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।