Thu. Dec 26th, 2024

ବଢ଼ିଲା ବିମାନ ଭଡା, ସୁରକ୍ଷା ବାବଦକୁ ନିଆଯିବ ଅଧିକ ଅର୍ଥ

By amfnews Jun 8, 2019 #Featured
131 Views

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ କିଛି ଅଧିକ ଖର୍ଚ୍ଚ କରିବାକୁ ପଡିବ | ସାରା ଦେଶରେ କାର୍ଯ୍ୟକ୍ଷମ ଥିବା ବିମାନବନ୍ଦରରେ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି | ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଘରୋଇ ଯାତ୍ରୀମାନଙ୍କୁ ୧୫୦ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡିବ | ସେହିପରି ବିଦେଶୀ ଯାତ୍ରୀମାନଙ୍କୁ ୪.୮୫ ଡଲାର ଦେବାକୁ ପଡିବ |

ବର୍ତ୍ତମାନ ଉଭୟ ଘରୋଇ ଓ ବିଦେଶୀ ଯାତ୍ରୀଙ୍କ ପାଇଁ ସୁରକ୍ଷା ମୂଲ୍ୟ ବାବଦକୁ ୧୩୦ ଟଙ୍କା ଦେବାର ନିୟମ ରହିଛି | ଏହି ବର୍ଦ୍ଧିତ ମୂଲ୍ୟ ଉଭୟ ଘରୋଇ ଓ ବିଦେଶୀ ଯାତ୍ରୀଙ୍କ ପାଇଁ ଲାଗୁ ହେବ | ଦେଶର ୬୧ଟି ବିମାନବନ୍ଦରରେ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ |

ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ରୀୟ ସୁରକ୍ଷା ବଳ ଯବାନଙ୍କ ପାଇଁ ହେଉଥିବା ଖର୍ଚ୍ଚକୁ ଲାଘବ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି | ବେସାମରିକ ବିମାନ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ଆସନ୍ତା ଜୁଲାଇ ୧ ତାରିଖରୁ ଏହି ବର୍ଦ୍ଧିତ ମୂଲ୍ୟ ଦେବାକୁ ପଡିବ |

By amfnews

Related Post