Mon. Dec 23rd, 2024

ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକଙ୍କ ଦେଢ଼ କୋଟି ଟଙ୍କାର ସଂପତ୍ତି ଠାବ କଲା ଭିଜିଲାନ୍ସ

By amfnews Sep 4, 2020 #Featured
124 Views

ଭୁବନେଶ୍ୱର, ସେପ୍ଟେମ୍ବର ୦୪ : ଗତକାଲି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଫ୍ୟାକ୍ଟି ଓ ବଏଲର୍ସ ବିଭାଗର ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରାଙ୍କ ସଂପତ୍ତି ଦେଢ଼ କୋଟି ଟଙ୍କା ବୋଲି ଭିଜିଲାନ୍ସ ଆକଳନ କରିଛି । ଏଥିରେ ସ୍ଥାବର ଓ ଅସ୍ଥାବର ସଂପତ୍ତି ଯୋଡ଼ିହୋଇଛି । ବରିଷ୍ଠ ଅଧିକାରୀ ରମେଶ ବେହେରାଙ୍କ ଭୁବନେଶ୍ୱରରେ ଥିବା ଫ୍ଲଟର ମୂଲ୍ୟ ୪୧ ଲକ୍ଷ ଟଙ୍କା, ଯାଜପୁରରେ ୨୯ ଲକ୍ଷ ଟଙ୍କାର ଏକ କୋଠା, ପୁଡୁଚେରୀରେ କୋଠା, ୬ ଶହ ଗ୍ରାମର ସୁନା ଓ ରୁପା ଅଳଙ୍କାର ଠାବ ହୋଇଛି ।

ସୂଚନାଯୋଗ୍ୟ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ରମେଶ ବେହେରାଙ୍କ ଘର ଓ କାର୍ଯ୍ୟାଳୟରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଭିଜିଲାନ୍ସ ବିଭାଗ ରେଡ କରିଥିଲା

ଭୁବନେଶ୍ୱର ଘାଟିକିଆସ୍ଥିତ ବିପୁଲ ଗାର୍ଡେନ ଅଚଂଳରେ ରମେଶଙ୍କ ଆବାସିକ ଘର ଅଛି । ସେହିପରି କଟକର ପିଲିଗ୍ରି ରୋଡ, ସିଡିଏରେ ଏକ ପ୍ଲଟ ଓ ରୁମ, ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ପାମ୍ପାଲୋ, ଭୁବନେଶ୍ୱର ଓ କଟକରେ ଥିବା ଅଫିସ କାର୍ଯ୍ୟାଳୟ ଏବଂ ପୁଡୁଚେରୀରେ ଥିବା ଘର ଉପରେ ଚଢ଼ାଉ ହୋଇଛି ।

By amfnews

Related Post