Fri. Mar 6th, 2026

ଫୁଲବାଣୀ: ନେଉଆଗଛରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର; ହତ୍ୟା ସନ୍ଦେହ

484 Views

ଫୁଲବାଣୀ: ଶୁକ୍ରବାର ବଡ଼ି ସକାଳୁ ସାଇନିପଡ଼ା ସାହିର ଜଣେ ମହିଳାଙ୍କ ଶବ ଗୋଟାଏ ନେଉଆଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି।

୫୫ ବର୍ଷୀୟ ସେ ମୃତା ମହିଳା ହେଉଛନ୍ତି ନାରାୟଣ ବେହେରାଙ୍କ ପତ୍ନୀ ରଙ୍ଗବତୀ ବେହେରା। ତାଙ୍କ ଘର ଠାରୁ ହାରାହାରି ୧୫ ମିଟର ଦୂରରେ ଥିବା ଏକ ନେଉଆଗଛରେ ତାଙ୍କ ଶବ ପ୍ରାୟ ମାଟି ଛୁଇଁବା ଭଳି ଝୁଲୁଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାରିପାର୍ଶ୍ୱିକ ସ୍ଥିତିରୁ ତାହା ଆତ୍ମହତ୍ୟା ପରି ମନେ ହେଉନାହିଁ। କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ଗଛରେ ଝୁଲାଇ ଦେଇଛି।ରଙ୍ଗବତୀଙ୍କ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି କହୁଛନ୍ତି।

ସଦରଥାନା ଅନ୍ତର୍ଗତ ଗଞ୍ଜୁଗୁଡ଼ାର ଜଣେ ଝିଅ ସହ ରଙ୍ଗବତୀଙ୍କ ସାନପୁଅର ସ୍ନେହ ସମ୍ପର୍କ ଥିଲା। ଝିଅ ପରିବାର ଏହାକୁ ଘୋର ବିରୋଧ କରି ଆସୁଥିଲେ। ଏହାର ପ୍ରତିଶୋଧ ନେବାକୁ ଝିଅ ପରିବାର ଲୋକେ ରଙ୍ଗବତୀଙ୍କୁ ହତ୍ୟା କରିଛନ୍ତି ବୋଲି ସେମାନେ ଅଭିଯୋଗ କରୁଛନ୍ତି।ରଙ୍ଗବତୀ କାଲି ରାତିରେ ଘରେ ଏକାକିନୀ ଥିଲେ। ଫୁଲବାଣୀ ଟାଉନ୍‌ ପୁଲିସ ରଙ୍ଗବତୀଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାର ପ୍ରକୃତ ରହସ୍ୟ ଜାଣିବାକୁ ତଦନ୍ତ ଚାଲିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ।

By amfnews

Related Post