Sat. Apr 19th, 2025

ପ୍ରେତାତ୍ମା ଖୋଲୁଛି ମୃତ୍ୟୁ ରହସ୍ୟ ! ଅନୁଗୁଳରେ ମହିଳାଙ୍କ ଅଦ୍ଭୁତ କାଣ୍ଡ !

By amfnews Nov 2, 2019 #Featured
176 Views

ଅନୁଗୁଳ: କେହି ମରିଗଲା ପରେ ଆଉ ଉଠିଆସିବ, ଆଉ ସେ କେମିତି ମଲା ସେ କଥା ସମସ୍ତଙ୍କୁ କହି ବୁଲିବ ଏହା ହୁଏତ ସମ୍ଭବ ନୁହେଁ । କିନ୍ତୁ ଲୋକମତରେ ଗୋଟିଏ ଧାରଣା ଅଛି, ଯେ ଅତୃପ୍ତ ଆତ୍ମାମାନେ କୌଣସି ପରିଚିତ ଅଥବା ଅପରିଚିତ ବ୍ୟକ୍ତିର ଶରୀରରେ ସବାର ହୋଇ ନିଜର ଅପୂରଣୀୟ ଇଚ୍ଛା କିମ୍ବା ନିଜ ପ୍ରତି ହୋଇଥିବା ଅନ୍ୟାୟ/ଅତ୍ୟାଚାରର କଥା ଉପରୁ ପରଦା ହଟାଇ ଥାଆନ୍ତି । ଅତୀତରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ପ୍ରେତାତ୍ମା ନିଜ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟାଇଛି। ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲାରେ ଘଟିଥିବା ସାମ୍ନାକୁ ଆସିଛି।

ନତଡା ଗାଁର ଜନୈକ ମହିଳାଙ୍କ  ଚୁଟି ସବୁ ମୁକୁଳା, ବାଚାଳଙ୍କ ଭଳି ଗପୁଛନ୍ତି, ଆଉ ଲୋକେ କହିଛନ୍ତି ତାଙ୍କ ଦେହରେ ଭୂତ ଲାଗିଛି । ଏମିତି ଅସ୍ୱାଭାବିକ ବ୍ୟବହାର କରୁଥିବା ମହିଳା ଜଣକ କହୁଛନ୍ତି, ‘ମୋତେ ମାରିଦିଆଯାଇଛି । ମାରିବା ପରେ ଏକ ପରିତ୍ୟକ୍ତ ପାଇଖାନାରେ ରଖିବା ସହ କୂଅକୁ ଫିଙ୍ଗି ଦିଆଯାଇଛି । ମତେ ନ୍ୟାୟ ଦରକାର ।’ ଲୋକ କହୁଛନ୍ତି ମହିଳାଙ୍କ ଦେହରେ ଜଣେ ଯୁବକଙ୍କ ଭୂତ ଲାଗି ନିଜ ମୃତ୍ୟୁ କାହାଣୀ ଗାଁ ଲୋକଙ୍କ ଆଗରେ କହୁଛି, ଆଉ ତାକୁ ନ୍ୟାୟ ଦେବା ପାଇଁ ଦାବି କରୁଛି ।

ଗତ ସେପଟେମ୍ବର ୧୮ ତାରିଖରେ ନତଡା ଗାଁର ଜଣେ ଯୁବକ ପଂଚାନନ ଖଟୁଆଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ପଡୋଶୀଙ୍କ କୁଅରୁ ଉଦ୍ଧାର କରାଯାଇଥିଲା । ୨ ଦିନ ପୂର୍ବରୁ ସେ ନିଖୋଜ ଥିଲେ । ଆଉ ଅଚାନକ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତବାକ ହୋଇଯାଇଥିଲେ । ଶବ ବ୍ୟବଚ୍ଚେଦ ରିପୋର୍ଟରୁ ଜଣାପଡିଲା , ପାଣିରେ ବୁଡି ପଂଚାନନଙ୍କ ମୃତ୍ୟୁ ହୋଇଛି । ସବୁଠୁ ବଡ଼ କଥା ହେଉଛି , ପଂଚାନନଙ୍କ ଭୂତ ଗାଁର ୪ ଜଣ ମହିଳାଙ୍କୁ ଜଣକ ପରେ ଜଣକୁ ଲାଗି ହତ୍ୟାର କାହାଣୀ କହିସାରିଲାଣି । ଏକବିଂଶ ଶତାଦ୍ଦୀରେ ଏଭଳି ଅନ୍ଧବିଶ୍ୱାସକୁ ନେଇ ସାରା ଅନୁଗୁଳ ଜିଲ୍ଲାର ଚହଳ ପଡିଛି ।

By amfnews

Related Post