304 Views
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓଡିଶା ସମେତ ୧୩ଟି ରାଜ୍ୟରେ ଝଡ ତୋଫାନ ଆଶଙ୍କା କରି ସତର୍କତା ଜାରି କରିିଛି । ଆଗାମୀ ଦୁଇ ଦିନ ମଧ୍ୟରେ ୨ଟି କେନ୍ଦ୍ର ଶାସିତ ଓ ୧୩ଟି ରାଜ୍ୟରେ ପ୍ରବଳ ଝଡ ତୋଫାନ ହେବାର ପୂର୍ବାନୁମାନ କରାଯାଇଛି । ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ସହ ଓଡିଶା, ପଶ୍ଚିମବଙ୍ଗ, ପଶ୍ଚିମ ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ ଓ କେରଳରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ଏହାପୂର୍ବରୁ ୫ଟି ରାଜ୍ୟରେ ଘୂର୍ଣ୍ଣିଝଡ ଯୋଗୁଁ ୧୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।