Fri. Nov 22nd, 2024

ପ୍ରଥମ ବୋଲର ଭାବେ ଟି-ଟ୍ୱେଣ୍ଟିରେ ୫୦୦ ୱିକେଟ ହାସଲ କଲେ ବ୍ରାଭୋ

By amfnews Aug 27, 2020 #Featured
129 Views

ନୂଆଦିଲ୍ଲୀ, ଅଗଷ୍ଟ ୨୬ :

ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ବିଶ୍ୱର ପ୍ରଥମ ବୋଲର ଭାବେ ଟି -୨୦ କ୍ରିକେଟରେ ୫୦୦ ୱିକେଟ୍ ନେଇଛନ୍ତି । କାରିବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍‌) ୨୦୨୦ ରେ ସେଣ୍ଟ ଲୁସିଆ ଜୁକ୍ସଙ୍କ ବିପକ୍ଷରେ ଟ୍ରିନିବାଗୋ ନାଇଟ୍ ରାଇଡର୍ସଙ୍କ ମୁକାବିଲା ସମୟରେ ବ୍ରାଭୋ ଏହି ସଫଳତା ହାସଲ କରିଛନ୍ତି ।

ଖେଳର ଚତୁର୍ଥ ଓଭରରେ ସେଣ୍ଟ ଲୁସିଆ ଜୁକ୍ସ ବ୍ୟାଟ୍ସମ୍ୟାନ୍ ରଖିମ କର୍ଣ୍ଣୱାଲଙ୍କୁ ଆଉଟ କରିବା ପରେ ଟି -୨୦ କ୍ରିକେଟ୍ ରେ ୫୦୦ ୱିକେଟ ହାସଲ କରିଥିଲେ । ୫୦୦ ୱିକେଟ୍ ମାଇଲଖୁଣ୍ଟ ହାସଲ କରିବା ପରେ ବ୍ରାଭୋଙ୍କୁ ସାଥୀ ଖେଳାଳିମାନେ ଅଭନନ୍ଦନ ଜଣାଇଛନ୍ତି । ବ୍ରାଭୋଙ୍କୁ ଛାଡିଦେଲେ ଏପର୍ଯ୍ୟନ୍ତ ଟି -୨୦ ଫର୍ମାଟରେ କୌଣସି ବୋଲର ୪୦୦ ରୁ ଅଧିକ ୱିକେଟ୍ ନେଇ ନାହାଁନ୍ତି ।

ବ୍ରାଭୋ ଟି -୨୦ ରେ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟକ୍ତିଙ୍କ ତାଲିକାରେ ଶୀର୍ଷରେ ଥିବାବେଳେ ଶ୍ରୀଲଙ୍କାର କିମ୍ବଦନ୍ତୀ ଲାସିଥ୍ ମାଲିଙ୍ଗ ତାଙ୍କ ତଳେ ୩୯୦ ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଫର୍ମାଟରେ ବ୍ରାଭୋ ଅତୁଳନୀୟ ଏବଂ ଉଭୟ ବ୍ୟାଟ୍ ଏବଂ ବଲ୍ ସହିତ ନିଜର ଚମତ୍କାର ପ୍ରମାଣ କରିଛନ୍ତି । ସେ ସମଗ୍ର ବିଶ୍ୱରେ ଟି -୨୦ ଲିଗରେ ୧୫ ରୁ ଅଧିକ ଦଳ ପାଇଁ ଖେଳିଛନ୍ତି ।

By amfnews

Related Post