Fri. Mar 21st, 2025

ପୋଲସରା ନାବାଳିକା ଗଣଦୁଷ୍କର୍ମ ମାମଲା : ଚୋରି ପାଇଁ ଆସି ଗଣଦୁଷ୍କର୍ମ

By amfnews Nov 22, 2018 #Featured
????????????????????????????????????
129 Views

ଛତ୍ରପୁର/ବ୍ରହ୍ମପୁର, ନଭେମ୍ବର ୨୨ : ଗଂଜାମ ଜିଲ୍ଲା ପୋଲସରାର ଲୋମହର୍ଷଣକାରୀ ୮ ବର୍ଷର ନାବାଳିକା ଗଣଧର୍ଷଣ ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ କାଳିଆ ପାତ୍ର ବି ରହିଛି। ତେବେ, କେମିତି ଘଟଣା ଘଟିଲା ତାହା ପଛର କାରଣ ଯେତିକି ଲୋମହର୍ଷକ, ସେତିକି ଆଶ୍ଚର୍ଯ୍ୟଜନକ ବି। ଚୋରି କରିବାକୁ ଆସି ଏହି ଦୁର୍ବୃତ୍ତଙ୍କ ମନ ମଧ୍ୟରେ ହଠାତ୍‌ ଆସୁରିକ ପ୍ରବୃତ୍ତି ଜାଗି ଉଠିଲା। ଏବଂ, ସେମାନେ ନିଷ୍ପାପ ନାବାଳିକାକୁ ଗଣଦୁଷ୍କର୍ମ କଲେ। ସେମାନେ ଆଜି ନିଜନିଜ ଅପରାଧର ଗୋଟିଗୋଟି କରି ଡେମୋ ଦେଖାଇଛନ୍ତି।

ଅଭିଯୁକ୍ତ କାଳିଆ କହିବା ଅନୁସାରେ, ଅକ୍ଟୋବର ୩୧ ତାରିଖ ମଧ୍ୟରାତ୍ରରେ ସେ ଓ ଶେରଗଡ଼ ପଞ୍ଚୁୟାଣୀ ଗ୍ରାମର ମୋହନ ତୋପାକୁଳ ଓ ପାଟପୁର ସାହସପୁର ଗ୍ରାମର ଶିବ କନ୍‌ମୁ ଚୋରି କରିବା ପାଇଁ ବାହାରିଥି‌େଲ। ଘରଟି ଗାଁ ବାହାରେ ଥିବାରୁ ଚୋରି କରିବା ସହଜ ହେବ ଭାବି ବାରି କବାଟ ଭାଙ୍ଗି ଘରେ ଭିତରେ ପଶିଥି‌େଲ। ପ୍ରଥମେ ଆଲମିରାରୁ ୫ଟି ସୁନା ଚେନ୍‌, ସୁନାର କାନଫୁଲ ଏବ˚ ରୁପା ପାଉଁଜି ଏବ˚ ବ୍ୟାଗ୍‌ରେ ଥିବା ୧୪ ଶହ ଟଙ୍କା ଚୋରି କରିଥିଲେ। ପତି, ପତ୍ନୀ, ୨ ପୁଅ ଓ ଏକ ଛୋଟ ଝିଅ ମୋଟ ୫ ଜଣ ଶୋଇଥିଲେ।

ଝିଅକୁ ଦେଖି ସେମାନଙ୍କ ଆସୁରିକ ପ୍ରବୃତ୍ତି ଜାଗି ଉଠିଥିଲା। ଝିଅଟିକୁ ଶୋଇଥିବା ଅବସ୍ଥାରେ ଜଣେ ହାତ ଓ ଆର ଜଣକ ଗୋଡ଼ ଧରି ଉଠାଇଥିବା ବେଳେ ସେ ନିଜେ ପିଠି ପଟୁ ଧରି ବାଡ଼ିପଟକୁ ଆଣିଥିଲେ। ସେଠାରେ ଝିଅଟିର ନିଦ ଭାଙ୍ଗି ଯାଇଥିଲା। ତାକୁ ପାଟି ନକରିବାକୁ ଧମକ ଦେଇଥି‌େଲ। ଏହାପରେ ବାରିପଟେ ହିଁ ଦୁଷ୍କର୍ମ ଉଦ୍ୟମ କରିଥି‌େଲ। ସୁବିଧା ନହେବାରୁ ଗୋଟିଏ ଲୁଙ୍ଗିରେ ବାନ୍ଧି ଝିଅଟିକୁ ବିଲ ଭିତରକୁ ନେଇ ଯାଇଥି‌େଲ। ଝିଅଟିର ଦୁଇ ହାତକୁ ମୋହନ ଜାବୁଡ଼ି ଧରିଥିବା ବେଳେ ଶିବ ଗୋଡ଼ ଧରିଥିଲା। କାଳିଆ ଦୁଷ୍କର୍ମ କରିଥିଲା।

ଗଞ୍ଜାମ ଏସ୍‌ପି ବ୍ରିଜେଶ୍‌ କୁମାର ରାଏଙ୍କ କହିବାନୁସାରେ, ଅଭିଯୁକ୍ତଙ୍କ ଠାରୁ ଲୁଟ୍‌ପାଟ ପାଇଁ ବ୍ୟବାହୃତ ସାମଗ୍ରୀ, ମୋବାଇଲ୍‌ ସହ ଚୋରି ସୁନାଗହଣା ଆଦି ପୁଲିସ ଜବତ କରିଛି। ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ ପୁଲିସ ଜିଲ୍ଲାରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଥିବା ଏସ୍‌ପି ଶ୍ରୀ ରାଏ କହିଛନ୍ତି।

By amfnews

Related Post