Fri. Mar 6th, 2026

ପେଟ୍ରୋଲ ପମ୍ପ ମାଲିକଙ୍କ ଉପରକୁ ଗୁଳିମାଡ଼

221 Views

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶ୍ରୀକାନ୍ତ ରଥ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଶ୍ରୀ ରଥ ପେଟ୍ରୋଲ ପମ୍ପରେ ବସି ନିଜ କର୍ମଚାରୀଙ୍କ ସହ ଟଙ୍କା ହିସାବ କରୁଥିଲେ। ଏହି ସମୟରେ  ତିନି ଜଣ ଯୁବକ ବାଇକ୍‌ରେ ସେଠାରେ ଆସି ପହଞ୍ଚି  ଶ୍ରୀ ରଥଙ୍କଠାରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ  ସେ ଓ ତାଙ୍କ କର୍ମଚାରୀ ଏହାର ବିରୋଧ କରିଥିଲେ। ଦୁର୍ବୃତ୍ତମାନେ ଶ୍ରୀ ରଥଙ୍କ ଉପରେ ଗୁଳି ଚଳାଇ ସେଠାରୁ ଚମ୍ପଟ ହୋଇଯାଇଥିଲେ। ପେଟ୍ରୋଲ ପମ୍ପ ମାଲିକଙ୍କ ପେଟରେ ଗୁଳି ବାଜିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post