Sat. Jan 11th, 2025

ପେଟ୍ରୋଲ, ଡିଜେଲ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପ୍ରତିବାଦ ତଥା ଶ୍ରମିକ, କୃଷକ ଓ ଜନବିରୋଧି ମୋଦି ସରକାର ବିରୁଦ୍ଧରେ ସିପିଆଇ (ଏମ୍) ପକ୍ଷରୁ ସର୍ବଭାରତୀୟ ହରତାଳ ୧୨ରେ : ରାଉରକେଲାରେ ସଫଳ କରିବା ପାଇଁ ବୈଠକ

By amfnews Sep 9, 2018 #Featured
95 Views

ରାଉରକେଲା, ୯ା୯ : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଲଗାତର ଭାବରେ ଦେଶର ସାଧାରଣ ଜନତା, ଶ୍ରମିକ, କୃଷକମାନଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ବିରୋଧି ନୀତି ଗ୍ରହଣ କରୁଥିବା ବେଳେ କର୍ପୋରେଟ ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ନୀତି ଗ୍ରହଣ କରୁଛନ୍ତି । ପେଟ୍ରୋଲ, ଡିଜେଲ ଦର ମୋଦି ସରକାର ସମୟରେ ପ୍ରତିଦିନ ବୃଦ୍ଧି ପାଇ ଲିଟର ପିଛା ୭୯ ଟଙ୍କା, ରନ୍ଧନ ଗ୍ୟାସ ସବ୍ସିଡ୍ ଗ୍ରାହକଙ୍କ ପାଇଁ ୫୪୨ ଟଙ୍କା, ଅଣସବ୍ସିଡ୍ ଗ୍ରାହକଙ୍କ ପାଇଁ ୮୮୦ ଟଙ୍କା ପର୍ଯ୍ୟନ୍ତ ଅହେତୁକ ଭାବେ ବୃଦ୍ଧି ପାଇଛି ।

ଏଥିପାଇଁ ଅହେତୁକ ଭାବେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମୋଦି ସରକାର ସମୟରେ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଘଟି ସର୍ବକାଳୀନ ରେକର୍ଡ ହ୍ରାସ ପାଇ ଏକ ଡଲାର ସାଙ୍ଗରେ ୭୨ ଟଙ୍କା ୬୩ ପଇସା ସହ ସମାନ ହୋଇଛି, ଫଳରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ଦେଶର ଶ୍ରମିକ, କୃଷକ, ସାଧାରଣ ଜନତାଙ୍କ ବିରୁଦ୍ଧରେ ମୋଦି ସରକାର ବିଭିନ୍ନ ବିରୋଧି ନୀତି ଗ୍ରହଣ କରିବାରେ ଲାଗିଛି । ଏହା ବିରୁଦ୍ଧରେ ଚଳିତ ମାସ ୧୦ ତାରିଖ ଦିନ ସର୍ବଭାରତୀୟ ହରତାଳ ତଥା ଧର୍ମଘଟକୁ ରାଉରକେଲାରେ ସଫଳ କରିବା ପାଇଁ ସିପିଆଇ (ଏମ୍) ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ଏକ ବୈଠକ ସ୍ଥାନୀୟ ଶକ୍ତିନଗର ସ୍ଥିତ ଏକେଜି ଭବନ ଠାରେ ବସନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଜିଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ଜାହାଙ୍ଗୀର ଅଲ୍ଲୀ ପ୍ରମୁଖ ଯୋଗ ଦେଇ ରାଉରକେଲାରେ ହରତାଳ ତଥା ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମଣ୍ଡଳୀ ସବ୍ୟ ରାଜକିଶୋର ପ୍ରଧାନ, ବିଶ୍ୱଜିତ ମାଝି, ବିନୋଦିନୀ ଦାଶ, ସୁରେନ୍ଦ୍ର ମହାନ୍ତି, ତାଜମୁନ ନେହାର, ପ୍ରଭାତ ମହାନ୍ତି ଉପସ୍ଥିତ ରହି ହରତାଳକୁ ସଫଳ କରିବା ପାଇଁ ପ୍ରଚାର କାର୍ଯ୍ୟକ୍ରମ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ଦପ୍ତର ସମ୍ମୁଖରେ ପିକେଟିଂ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

By amfnews

Related Post