Sat. Mar 7th, 2026

ପୁରୀ: ଭିତରଛୁ-ପୁଲିସ ବିବାଦ: ଶ୍ରୀମନ୍ଦିର ବନ୍ଦ; ଦର୍ଶନ ଅପେକ୍ଷାରେ ଶହ ଶହ ଯାତ୍ରୀ

266 Views

ପୁରୀ, ଡିସେମ୍ବର ୨୮: ଗରୁବାର ଦିନ ଭିତରଛୁ ଏବଂ ପୁଲିସ ଧସ୍ତାଧସ୍ତି ଘଟନାର ପ୍ରତିବାଦରେ ଆଜି ଅର୍ଥାତ୍‌ ଶୁକ୍ରବାର ଦିନ ସେବାୟତମାନେ ଶ୍ରୀମନ୍ଦିରର ଦ୍ୱାର ବନ୍ଦ ରଖିଥିବାରୁ ବହୁ ସଂଖ୍ୟକ ଯାତ୍ରୀ ଦିଅଁଙ୍କ ଦର୍ଶନ କରି ନ ପାରି ତୀବ୍ର ମାନସିକ ଅସନ୍ତୋଷରେ ବଡ଼ଦାଣ୍ଡରେ ଅପେକ୍ଷା କରିଛନ୍ତି।

ବିବାଦର ସମାଧାନ ନିମନ୍ତେ ସେବାୟତମାନଙ୍କ ସହ ଜିଲ୍ଲାପାଳ ଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କରିଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି।

ଗତକାଲି ଦିଅଁ ଦର୍ଶନ ନିମନ୍ତେ ମନ୍ଦିରରେ ପ୍ରବେଶ କରୁଥିବା ତିନିଜଣ ଅତିଶୟ ଗୋରା ବଙ୍ଗାଳୀ ଯାତ୍ରୀଙ୍କୁ ବିଦେଶି ମନେକରି ପୁଲିସ ଛାଡ଼ି ନ ଥିଲା। ସେମାନେ ବିଦେଶୀ ନୁହନ୍ତି ବୋଲି ଭିତରଛୁ ଭବାନୀଶଙ୍କର ମହାପାତ୍ର ଶେଷରେ ଆସି ପୁଲିସକୁ କହିଥିଲେ। ଏହି ଘଟନାରେ ଯୁକ୍ତିତର୍କ ହୋଇ ପୁଲିସ ଓ ସେବାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ହେଲା ପରେ ପୁଲିସ ମାରିଥିବା ଅଭିଯୋଗ କରି ସେ ଥାନାରେ ଏତଲା ଦେଇଥିଲେ। ପୁଲିସ ମଧ୍ୟ ସେବାୟତଙ୍କ ନାମରେ ପାଲଟା ଏତଲା ଦେଇଥିଲା।

ଆଜି ସକାଳେ ଭିତରଛୁ ଭବାନୀଶଙ୍କର ଆସି ଶ୍ରୀମନ୍ଦିରର ସିଂହଦ୍ୱାର ଖୋଲି ଜୟବିଜୟ ଦ୍ୱାର ଖୋଲିବାକୁ ଯାଉଥିବା ବେଳେ ଅନ୍ୟ ସେବାୟତମାନେ ତାଙ୍କୁ ଅଟକାଇ କହିଥିଲେ କି, ଗତକାଲି ଘଟନା ବିରୋଧରେ ପ୍ରତିବାଦପୂର୍ବକ ଆଜି ଦ୍ୱାର ବନ୍ଦ ରଖାଯିବ।

ଖବର ପାଇ ଜିଲ୍ଲାପାଳ ଓ ଏସ୍‌ପି ଆସି ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ମାମଲା ସମାଧାନର କୌଣସି ଉପାୟ ହୋଇ ପାରି ନାହିଁ।

By amfnews

Related Post