Wed. Nov 27th, 2024

ପୁଣି ଅନୁ ମଲ୍ଲିକଙ୍କୁ ନେଇ ହଙ୍ଗାମା କଲେ ସୋନା ମହାପାତ୍ର

By amfnews Sep 13, 2019 #Featured
169 Views

ମୁମ୍ବାଇ  :   ଇଣ୍ଡିଆନ ଆଇଡ଼ଲର ବିଚାରକ ଭୂମିକାରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କୁ ସାମିଲ କରାଯିବା ନେଇ ପୁଣି ଟ୍ୱିଟରରେ ଝଡ ସୃଷ୍ଟି କରିଛନ୍ତି ଓଡ଼ିଆ ଝିଅ ତଥା ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର | ସୋନା ଇଣ୍ଡିଆନ ଆଇଡ଼ଲର ବିଚାରକ ବିଶାଳ ଦଦଲାନି ଓ ସୋନି ଟିଭି ଉପରେ ନିଜ ରାଗ ସୁଝାଇଛନ୍ତି | ସୋନା କହିଛନ୍ତି ଯେ ମି ଠୁ ଅଭିଯାନ ସମୟରେ ବିଶାଳ ସରକାରଙ୍କୁ ଏ ବାବଦରେ କିଛି ନିଷ୍ପତ୍ତି ନେବାକୁ ଦାବି ଜଣାଇଥିବାବେଳେ ବର୍ତ୍ତମାନ କିଭଳି ଅନୁ ମଲ୍ଲିକଙ୍କୁ ସାମିଲ କରାଗଲା ବୋଲି ସୋନା ପ୍ରଶ୍ନ କରିଛନ୍ତି |

ସେହିଭଳି ସୋନା ଅଭିଯୋଗ କରିଛନ୍ତି ଯେ ଅନୁଙ୍କୁ ପୁଣି ଥରେ ବିଚାରକ ଭାବେ ଗ୍ରହଣ କରାଯିବା ଦର୍ଶାଉଛି ଯେ ଯୌନ ଶୋଷଣ କରୁଥିବା ଲୋକଙ୍କୁ ଚ୍ୟାନେଲ ସମର୍ଥନ କରୁଛି | ଏଠାରେ ସୂଚନା ଥାଉ କି ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ #ମି ଠୁରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଅନୁ ମଲ୍ଲିକଙ୍କୁ ଜଣେ ‘ଯୌନ ଶିକାରୀ’ ବୋଲି ଅଭିହିତ କରିଥିଲେ ଗାୟିକା ସୋନା ମହାପାତ୍ର। #ମି ଠୁରେ ଅଭିଯୁକ୍ତ ହେବା ପରେ ସଂଗୀତ ଜଗତରେ ଅନୁ ମଲ୍ଲିକ ବାସନ୍ଦ ହୋଇଯିବା ସହ ଏକ ଘରକିଆ ହୋଇ ପଡ଼ିଥିଲେ।

ପୂର୍ବରୁ ସୋନା ମହାପାତ୍ର ଓ ଲୋକପ୍ରିୟ ଗାୟିକା ଶ୍ୱେତା ପଣ୍ଡିତ ଅନୁ ମଲ୍ଲିକ୍‌ଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ । ଯାହାଫଳରେ ଅନୁଙ୍କୁ ଇଣ୍ଡିଆନ ଆଇଡ଼ଲର ବିଚାରକ ଆସନରୁ ହଟାଯାଇଥିଲା |

By amfnews

Related Post