Tue. Mar 10th, 2026

ପିଲାଙ୍କ ବିରୋଧରେ ଯୌନ ବ୍ୟଭିଚାର ମାମଲା : ୨୪ଟି ଫାଷ୍ଟ୍ ଟ୍ରାକ୍ କୋର୍ଟ ଖୋଲିବ

234 Views

ଭୁବନେଶ୍ବର : ପିଲାଙ୍କ ବିରୋଧରେ ଘଟୁଥିବା ଯୌନ ଅପରାଧ ମାମଲାଗୁଡ଼ିକର ତ୍ବରିତ୍ ବିଚାର ପାଇଁ ରାଜ୍ୟର ୨୪ଟି ସ୍ଥାନରେ ଫାଷ୍ଟ୍ ଟ୍ରାକ୍ କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଆଜି ସୂଚନା ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ, ଢେଙ୍କାନାଳ, ବ୍ରହ୍ମପୁର, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଭବାନୀପାଟଣା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ଜୟପୁର, ବାରିପଦା, ନବରଙ୍ଗପୁର, ନୟାଗଡ଼, ଫୁଲବାଣୀ, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ମିଶାଇ ମୋଟ ୨୪ଟି ସ୍ଥାନରେ ଏହିସବୁ କୋର୍ଟ ପ୍ରତିଷ୍ଠା କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସିଭିଲ କୋର୍ଟ ଆଇନ-୧୯୮୪ ଅନୁଯାୟୀ ଏହି କୋର୍ଟଗୁଡ଼ିକ ଜଣେ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜଙ୍କ ଅଧୀନରେ କାର୍ଯ୍ୟ କରିବ। କୋର୍ଟଗୁଡ଼ିକ ପକ୍ସୋ ଆଇନ-୨୦୧୨ (ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ ଅଫେନସେସ୍ ଆକ୍ଟ) ସମ୍ବନ୍ଧିତ ମାମଲାଗୁଡ଼ିକର ବିଚାର କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

By amfnews

Related Post