Sun. Mar 8th, 2026

ପିଏମ୍‌ସିର ନିଲମ୍ବିତ ଏମ୍‌ଡି ଗିରଫ

204 Views

ମୁମ୍ବାଇ  : ସଙ୍କଟ ସ୍ଥିତିରେ ଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ବ୍ୟାଙ୍କର ନିଲମ୍ବିତ ଏମ୍‌ଡି ଜୟ ଥୋମାସ୍‌ ଗିରଫ ହୋଇଛନ୍ତି। ୬୫୦୦ କୋଟି ବ୍ୟାଙ୍କ ଜାଲିଆତି ମାମଲାରେ ମୁମ୍ବାଇ ପୁଲିସ୍‌ର ଅର୍ଥନୀତିକ ଶାଖା ତାଙ୍କୁ ଗିରଫ କରିଛି।

ଆଜି ପିଏମ୍‌ସିର ପୂର୍ବତନ ବୋର୍ଡ ସଦସ୍ୟ ଏବଂ ଏହାର ନିବେଶକ ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡ୍‌ଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏତଦ୍‌ବ୍ୟତୀତ ମୁମ୍ବାଇ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ଉ କରାଯାଇଥିଲା।

ଏହି ବ୍ୟାଙ୍କ ଏବଂ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା ମିଳିତ ଭାବେ ବହୁ କୋଟି ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ପିଏମ୍‌ସିର ୭୫% ଲୋନ୍‌ ବୁକ୍‌ ଦେବାଳିଆ ଘୋଷିତ ଏଚ୍‌ଡିଆଇଏଲ୍‌କୁ ଦିଆଯାଇଥିଲା। ଏହି ସଂସ୍ଥାର ୨ ଜଣ ବ୍ୟକ୍ତି ୨୧୦୦୦ ଫେକ୍‌ ଆକାଉଣ୍ଟ ଖୋଲି ଋଣ ଉଠାଇଥିଲେ।

By amfnews

Related Post