Fri. Mar 6th, 2026

ପାର୍ସଲ ବୋମା ବିସ୍ଫୋରଣ: ସ୍ୱାମୀଙ୍କୁ ହରାଇଥିବା ରୀମାଙ୍କୁ ଆର୍ଥିକ ସହାୟତା ପ୍ରଦାନ

230 Views

ବଲାଙ୍ଗିର, ନଭେମ୍ବର ୩୦: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ସ୍ୱାମୀଙ୍କୁ ହରାଇଥିବା ନବ ବିବାହିତା ରୀମାରାଣୀ ସାହୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆଇନ୍‌ ସେବା ପ୍ରାଧୀକରଣ ପକ୍ଷରୁ ତାଙ୍କୁ ଦେଢ଼ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ମାମଲା ଶେଷ ହେବା ପରେ ଆହୁରି ଦେଢ଼ ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। ମାମଲାର ଶୀଘ୍ର ଫଇସଲା କରାଯାଇ ଏଭଳି ଜଘନ୍ୟକାଣ୍ଡର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଫାଶୀ ଦେବାକୁ ରୀମାଙ୍କ ଶ୍ୱଶୁର ଘର ଲୋକେ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ଗତ ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ପତ୍ନୀ ରୀମାରାଣି ସାହୁ ଗୁରୁତର ଆହତ ହୋଇଥିଲେ।

By amfnews

Related Post