Mon. Mar 9th, 2026

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ଚତୁର୍ଥ ରାଉଣ୍ଡ୍‌ରେ ବିଜେଡି ୭୪୩୧ ଭୋଟ୍‌ ଆଗୁଆ

188 Views

କେନ୍ଦ୍ରାପଡ଼ା  : ପାଟକୁରା ବିଧାନସଭା ଆସନର ଚତୁର୍ଥ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୭୪୩୧ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୨୫୨୧୪ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୧୭୭୮୩ ଖଣ୍ଡ ଭୋଟ୍‌।  କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାଇଛନ୍ତି ମାତ୍ର ୭୦୪ ଖଣ୍ଡ ଭୋଟ୍‌।

କେନ୍ଦ୍ରପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍‌ ଚାଲିଥିବା ଭୋଟ୍‌ ଗଣତିରେ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଭୋଟ୍‌ ଗଣତି ହୋଇଥିଲା। ତା’ପରେ ଇଭିଏମ୍‌ ସିଲ୍‌ ଖୋଲାଯାଇ ଡେରାବିଶ ବ୍ଲକ୍‌ର ଭୋଟ୍‌ ଗଣତି ହୋଇଥିଲା। ତା’ପରେ ଇଭିଏମ୍‌ ସିଲ୍‌ ଖୋଲାଯାଇ ଡେରାବିଶ ବ୍ଲକ୍‌ର ଭୋଟ୍‌ ଗଣତି ହୋଇଥିଲା। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷରେ ବିଜେଡି ପ୍ରାର୍ଥିନୀ ଆଗୁଆ ଥିବାରୁ ଖବର ମିଳିଥିଲା।

By amfnews

Related Post