Wed. Jan 22nd, 2025

ପାକିସ୍ତାନ ଉପରେ ୫.୮ ବିଲିୟନ ଡଲାର ଜରିମାନା, ବିରକ୍ତି ପ୍ରକାଶ କଲେ ଇମ୍ରାନ ଖାନ

By amfnews Sep 8, 2020 #Featured
213 Views

ଇସଲାମାବାଦ, ସେପ୍ଟେମ୍ବର ୦୮ : ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଆର୍ଥିକ ସ୍ଥିତି ଏତେ ପରିମାଣରେ ଦୟନୀୟ ହୋଇଯାଇଛି ଯେ, ଇଣ୍ଟରନ୍ୟାସନାଲ ଟ୍ରିବ୍ୟୁନାଲ ଆଗରେ ହାତ ପସାରିବାକୁ ପଡ଼ିଛି । ଟ୍ରିବ୍ୟୁନାଲ ପାକିସ୍ତାନ ଉପରେ ୫.୮ ବିଲିୟନ ଡଲାର ଜରିମାନା ଲଗାଇଛି । ପାକିସ୍ତାନ କହିବା ଅନୁସାରେ ଯଦି ଦେଶ ଏତେ ପରିମାଣରେ ଅର୍ଥ ଜମା କରିବ, କରୋନା ମହାମାରୀରରୁ ବଞ୍ଚିବା ଲାଗି ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

ଇଣ୍ଟରନ୍ୟାସନାଲ ଟ୍ରିବ୍ୟୁାନଲ ଏହି ଜରିମାନା ଅଷ୍ଟ୍ରେଲିଆର କଂପାନୀର ଖନନ ପଟ୍ଟା ବାତିଲ କରିବା ଲଗାଇଛି । ନିଜର ଜିଡିପିର ପାଖାପାଖି ୨ ପ୍ରତିଶତ ଜରିମାନା ରାଶି ଶୁଣି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚେତା ହଜିଯାଇଛି । ସେ ଜରିମାନା ଅସୁଲି କରିବା ନେଇ ବିରକ୍ତି ପ୍ରକାଶ ଆରମ୍ଭ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନ ବେଲୁଚିସ୍ତା ରାଜ୍ୟର ରେକୋ ଡିକ ଜିଲ୍ଲା ସୁନା ଓ ତମ୍ବା ସହିତ ଅନ୍ୟ ଖଣିଜ ସଂପଦ ପାଇଁ ପ୍ରସିଦ୍ଧିଲାଭ କରିଛି । ଇମ୍ରାନ ସରକାର ଏହାକୁ ନିଜର ଏକ ରଣନୀତିକ ରାଷ୍ଟ୍ରୀୟ ସଂପତ୍ତ ଭାବନ୍ତି । ସରକାର ଟେଥିୟାନ କପର କଂପାନୀକୁ ଦେଇଥିବା ଖନନ ପଟ୍ଟାକୁ ବାତିଲ କରି ଦେଇଛନ୍ତି । ଏଥିପାଇଁ ଏହାରି ଉପରେ ଜରିମାନା ଲାଗିଛି । ଟେଥୟାନ କପରରେ ବ୍ୟାରିକ ଗୋଲ୍ଡ କର୍ପୋରେଶନ ଅଫ ଅଷ୍ଟ୍ରେଲିଆ ଏବଂ ଚିଲିର ଅଂଶ ରହିଛି । ପାକିସ୍ତାନ ବିଶ୍ୱ ବ୍ୟାଙ୍କ ଇଣ୍ଟରନନ୍ୟାସନାଲ ସେଣ୍ଟର ଫର ସେଟେଲମେଣ୍ଟ ଅଫ ଇନଭେଷ୍ଟମେଣ୍ଟରୁ ଜରିମାନା ନ ଅସୁଲି କରିବାକୁ ଅପିଲ କରିଛନ୍ତି । ଏହାରି ଉପରେ ବିଚାର କରାଯାଇପାରେ ।

ବେଲୁଚିସ୍ତାନ ସରକାର ଖଣିକୁ ବିକଶିତ କରିବା ଲାଗି ନିଜର ଏକ କଂପାନୀ ଗଢୁଛି । କାରଣ କମୋଡିଟିର ଦର ବଢ଼ିବାରେ ଲାଗିଛି । ଏଥିଲାଗି ସ୍ଥାନୀୟ ସରକାର ଏଥିରୁ ଅଧିକରୁ ଅଧିକ ଲାଭ ଉଠାଇବାକୁ ଚାହାନ୍ତି । ସ୍ଥିତିର ଗମ୍ଭୀରତାକୁ ଦେଖି କଂପାନୀ ବିକଳ୍ପିକ ସମାଧାନ ଉପରେ ଚର୍ଚ୍ଚା କରିବାକୁ ଇଚ୍ଛୁକ । କିନ୍ତୁ ଏପର୍ଯ୍ୟନ୍ତ କିଛି ମଧ୍ୟ ସ୍ପଷ୍ଟ ହୋଇନାହିଁ । ପାକିସ୍ତାନ ଅଧିକାରୀମାନେ କହିଛନ୍ତି, ପ୍ରତ୍ୟେକ୍ଷ ଭାବେ କୌଣସି ସଂପର୍କରେ ନାହିଁ ।

By amfnews

Related Post