Fri. Dec 27th, 2024

ପାକିସ୍ତାନରେ ଧର୍ମାନ୍ତରର ଶିକାର ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

By amfnews Sep 3, 2019 #Featured
238 Views

ଚଣ୍ଡିଗଡ  : ପାକିସ୍ତାନରେ ବଳପୂର୍ବକ ଧର୍ମାନ୍ତରର ଶିକାର ହୋଇଥିବା ୧୯ ବର୍ଷୀୟ ଯୁବତୀ ଜଗଜିତ କୌର ଓ ତାଙ୍କ ପରିବାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଭାରତକୁ ଆସି ରହିବା ପାଇଁ ପରାମର୍ଶ ଦେଇଛନ୍ତି ଅମରିନ୍ଦର ସିଂହ। ଯଦି ଜଗଜିତଙ୍କ ପରିବାର ଭାରତ ଆସିବେ ତାହେଲେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଅମରିନ୍ଦର ସିଂହ ଆଜି ଟୁଇଟ୍ କରି କହିଛନ୍ତି। ଏଥିସହ ଧର୍ମାନ୍ତର ଶିକାର ଯୁବତୀଙ୍କୁ ନ୍ୟାୟ ଦେବାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବିଫଳ ବୋଲି ଅମରିନ୍ଦର ଉଲ୍ଲେଖ କରିଛନ୍ତି।

Capt.Amarinder Singh

@capt_amarinder

Even after so many days, @ImranKhanPTI has failed to help out Jagjit Kaur, forcibly converted & married against her wishes. I would like to extend my full support to the young girl & will be happy to have her & her family settle down in Punjab along with any help needed.

କିଛି ଦିନର ନିଖୋଜ ପରେ ଶିଖ ଯୁବତୀ ଜଗଜିତ୍ କୌର ଗତ ଗୁରୁବାର ତାଙ୍କର ସନ୍ଧାନ ମିଳିଥିଲା। ତାଙ୍କୁ ବଳପୂର୍ବକ କିଛି ଅପରାଧୀ ମୁସଲିମ୍ ଧର୍ମକୁ ବଳପୂର୍ବକ ଭାବରେ ଧର୍ମାନ୍ତର କରି ଏକ ମୁସଲିମ୍ ପୁଅ ସହ ବିବାହ କରି ଦେଇଛନ୍ତି। ଏହା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ନ୍ୟାୟ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନେହୁରା ହୋଇଥିଲେ। ହେଲେ ନ୍ୟାୟ ଦେବା ବଦଳରେ ଅପରାଧୀଙ୍କୁ ଗିରଫ କରାଯାଇଛି ଓ ଧର୍ମାନ୍ତରର ଶିକାର ଯୁବତୀକୁ ଘରକୁ ଛାଡ଼ି ଦେଇଥିବା ମିଛରେ ପାକିସ୍ତାନ ସରକାର କହିଥିଲେ ଯୁବତୀଙ୍କ ଦୁଇ ଭାଇ କହିଥିଲେ।

ଅନ୍ଯପଟେ ଗତ ଗୁରୁବାର ଧର୍ମାନ୍ତର ବାବଦରେ ସୂଚନା ମିଳିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କରି ଆହ୍ୱାନ କରିଥିଲେ। ହେଲେ ଏଯାବତ୍ ଇମ୍ରାନ୍ ଖାନ୍ ଓ ତାଙ୍କ ବୈଦେଶିକ ମନ୍ତ୍ରଣାଳୟ ନିରବ ରହିଛି।

By amfnews

Related Post