Fri. Dec 27th, 2024

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ମହାବନ୍ଦ, ସମ୍ବଲପୁରରେ ଅଟକିଲା ଦୁଇଟି ଏକ୍ସପ୍ରେସ ଟ୍ରେନ

By amfnews Nov 29, 2018 #Featured
115 Views

ସମ୍ବଲପୁର/ଦେବଗଡ଼ , ନଭେମ୍ବର ୨୯: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୋନପୁରରେ ଆରମ୍ଭ ହୋଇଛି ଦୁଇ ଦିନିଆ ବନ୍ଦ ପାଳନ।ଏହି ମହାବନ୍ଦରେ ଦୋକାନବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ସହିତ ଗାଡ଼ିମଟର ଓ ଟ୍ରେନ ଚଳାଚଳ ବନ୍ଦ ରହିଛି।

ଏଥିପାଇଁ ସମ୍ବଲପୁର ଓକିଲ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାର ପ୍ରମୁଖ ଛକ, ଜାତୀୟ ରାଜପଥ, ରାଜ୍ୟ ରାଜପଥରେ ରହି ପିକେଟିଂ କରୁଥିବା ବେଳେ ଦେବଗଡ଼ ଓକିଲ ସଂଘ ରାସ୍ତା ଉପରେ ବସି ରହି ବନ୍ଦ ପାଳନ କରୁଛନ୍ତି।

ତେବେ ଆଇନଜୀବୀଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ସକାଳୁ ପଡ଼ିଛି।ଓକିଲ ସଂଘର କର୍ମକର୍ତ୍ତାମାନେ କ୍ଷେତରାଜପୁର ଷ୍ଟେସନ, ଫାଟକ ଷ୍ଟେସନ, ହୀରାକୁଦ ଷ୍ଟେସନ ସମେତ ବିଭିନ୍ନ ଷ୍ଟେସନରେ ପିକେଟିଂ କରିଛନ୍ତି।

ଆଜି ସକାଳୁ ସମ୍ବଲପୁର ଠାରେ ସକମ୍ବଲପୁର- ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକା ଯାଇତିବା ବେଳେ ସମ୍ବଲପୁର- ରାୟଗଡ଼ା ଏକ୍ସପ୍ରେସ ଟ୍ରେନକୁୁ ଆନ୍ଦୋଳନକାରୀମାନେ ଅଟକାଇଛନ୍ତି। ଟ୍ରେନ୍‌ ଆଉ ଆଗକୁ ଗଡ଼ିବ ନାହିଁ ।

ତେଣୁ ଯାତ୍ରୀମାନେ ସେମାନଙ୍କ ସୁବିଧାରେ ଘରକୁ ଫେରି ଯାଆନ୍ତୁ ବୋଲି ଆଇନଜୀବୀମାନେ ଯାତ୍ରୀମାନଙ୍କୁ କହି ବୁଝାଉଥିବା ଦେଖିବାକୁ ମିଳିଛି।
ସେହପରି ଆନ୍ଦୋଳନକାରୀମାନେ ଜାତୀୟ ରାଜପଥର ଅଇଁଠାପାଲି ଛକ ଓ ଧନୁପାଲି ଛକରେ ରାଜପଥ ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ଦରୁ କେବଳ ଆମ୍ବୁଲାନ୍‌ସ ସେବାକୁ ବାଦ୍‌ ଦିଆଯାଇଛି।

ସେହିପରି ଆଜି ସକାଳୁ ଶୀତ ସତ୍ତ୍ୱେ ସକାଳ ୬ଟାରେ ଦେବଗଡ଼ ଓକିଲ ସଂଘର କର୍ମକର୍ତ୍ତାମାନେ ୪୯ ନମ୍ବର ଜାତୀୟ ରାଜପଥକୁ ଦେବଗଡ଼ ଠାରେ ଅବରୋଧ କରି ବନ୍ଦ ପାଳନ ଆରମ୍ଭ କରିଛନ୍ତି।

By amfnews

Related Post