Sat. Mar 7th, 2026

ପଶ୍ଚିମବଙ୍ଗ ହିଂସା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଲେ ରାଜ୍ୟପାଳ

224 Views

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଲାଗି ରହିଥିବା ହିଂସାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ। ଆଜି ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟପାଳ ଏହା କହିଛନ୍ତି। ୨୦ ମିନିଟର ସାକ୍ଷାତ ବେଳେ ଗୃହମନ୍ତ୍ରୀ ପଶ୍ଚିମବଙ୍ଗରେ ଲାଗି ରହିଥିବା ହିଂସା ବାବଦରେ ପଚାରିଥିଲେ ବୋଲି ରାଜ୍ୟପାଳ କେଶରୀ ନାଥ କହିଛନ୍ତି। ଏହାପରେ ଅନ୍ୟ କିଛି ସୂଚନା ଦେବାକୁ ମନା କରିଦେଇଥିଲେ ରାଜ୍ୟପାଳ।

ଗୃହମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ମୋଦିଙ୍କୁ ଭେଟି ସେ ଶୁଭେଚ୍ଛା ଜଣାଇ ନଥିଲେ। ତେଣୁ ଏହା ସୌଜନ୍ୟମୂଳକ ସାକ୍ଷାତ ବୋଲି ରାଜ୍ୟପାଳ ମୋଦିଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ।

ଅନ୍ୟପକ୍ଷେ, ଆସନ୍ତା ଜୁଲାଇ ୨୩ ତାରିଖରେ କେଶରୀ ନାଥଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।

By amfnews

Related Post