Mon. Mar 9th, 2026

ପରୀକ୍ଷା ଘୁଞ୍ଚିଲା, ଶିକ୍ଷକଙ୍କୁ ସ୍କୁଲ୍ ମନା

159 Views

ଭୁବନେଶ୍ୱର : କରୋନା ପାଇଁ ସତର୍କ ରହିବାକୁ ଯାଇ କଡ଼ା ପଦକ୍ଷେପ ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଏବେ ସମସ୍ତ ପରୀକ୍ଷା ଘୁଞ୍ଚାଇବାକୁ ତଥା ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବାକୁ ମନା କରାଯାଇଛି।

ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ। ସେହିପରି ପ୍ରଥମରରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଶିକ୍ଷକମାନେ ମଧ୍ୟ ସ୍କୁଲ୍‌ ଯିବେ ନାହିଁ। ତେବେ ସ୍କୁଲ୍ ନ ଗଲେ ବି ଶିକ୍ଷକମାନେ ସର୍ବଦା ଆଲର୍ଟ ରହିବେ। ସରକାରଙ୍କ ପକ୍ଷରୁ ଜରୁରୀ ନିର୍ଦ୍ଦେଶ ପାଇଁ ଫୋନ୍‌ରେ ଆଲର୍ଟ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍‌ ଗୁଡ଼ିକ ପରି ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ସହିତ ଟ୍ୟୁସନ୍‌କୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶ ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ। ସେହିପରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତି ଚାଲିବ।

By amfnews

Related Post