Tue. Mar 4th, 2025

ପବ୍‌ଜି ଅନ୍‌ଲାଇନ୍‌ ଗେମ୍‌ ଖେଳି ୧୦ ଛାତ୍ର ଗିରଫ

By amfnews Mar 14, 2019 #Featured
185 Views

ରାଜକୋଟ:ଗୁଜୁରାଟର ରାଜକୋଟରେ ଏକ କଲେଜ୍‌ରେ ୧୦ ଜଣ ଛାତ୍ର ସର୍ବସାଧାରଣ ସ୍ଥାନରେ ପବ୍‌ଜି ଅନ୍‌ଲାଇନ୍‌ ଗେମ୍‌ ଖେଳି ଗିରଫ ହୋଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅବଶ୍ୟ ପରେ ସେମାନଙ୍କୁ ଜାମିନରେ ଛଡାଯାଇଥିବା ଜଣାଯାଇଛି। ଏହି କଲେଜ୍‌ରେ ପବ୍‌ଜି ଗେମ୍‌ ନ ଖେଳିବା ଲାଗି ପୁଲିସ ପକ୍ଷରୁ ଆଗରୁ ପରାମର୍ଶ ଦିଆଯାଇଥିଲା। ତା’ଛଡା ଏହି ଅନ୍‌ଲାଇନ୍‌ ଗେମ୍‌କୁ ନିଷିଦ୍ଧ କରାଯାଇଥିବା ନୋଟିସ ମଧ୍ୟ ଜାରି କରିଥିଲା ପୁଲିସ। ଗୁଜୁରାଟର ଅଧିକାଂଶ ଜିଲ୍ଲାରେ ଏହି ଖେଳକୁ ନିଷିଦ୍ଧ କରାଯାଇଥିଲା।

ଗୁଜୁରାଟ ସରକାର ଗତ ଜାନୁଆରି ମାସରେ ଏହାକୁ ନିଷିଦ୍ଧ ବୋଲି ଘୋଷଣା କରିଥିଲେ। ଏହାକୁ ଅବମାନନା କରି ଉକ୍ତ କଲେଜରେ ୧୦ ଜଣ ଛାତ୍ର ପବଜି ଖେଳିଥିଲେ,ଏହି ଛାତ୍ରମାନଙ୍କୁ ବୁଧବାର ଦିନ ପୁଲିସ ଗିରଫ କରିଥିଲା। ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବାପରେ ସେମାନଙ୍କୁ ପୁଲିସ ଜାମିନରେ ଛାଡି ଦେଇଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏହା ଜରିଆରେ ପୁଲିସ ସମସ୍ତଙ୍କୁ ସତର୍କ କରିବାକୁ ଚହେଁ ଯେ ପବଜି ଗେମ୍‌ ଖେଳିଲେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

By amfnews

Related Post