Sat. Mar 7th, 2026

ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବେ ନାହିଁ ଗୀତା ମେହେଟା

290 Views

ଭୁବନେଶ୍ୱର : ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବେ ନାହିଁ। ଆଜି ଏକ ପ୍ରେସ ନୋଟ୍‌ ମାଧ୍ୟମରେ ଗୀତା ମେହେଟା ଏହି ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିପାିବେ ନାହିଁ ବୋଲି ଭାରତ ସରକାରଙ୍କୁ ଜଣାଇ ଦେଇଛନ୍ତି। ଗୀତା ମେହେଟା କହିଛନ୍ତି ଯେ ଆଗକୁ ସାଧାରଣ ନିର୍ବାଚନ ଅଛି। ତେଣୁ ଏହା ଲୋକଙ୍କ ଭିତରେ ଏକ ଭୁଲ୍‌ ବାର୍ତ୍ତା ଦେବ। ଏହି ପଦକ୍ମଶ୍ର ପୁରସ୍କାର ଗ୍ରହଣ କରଥିଲେ ଏହା ଉଭୟ ସରକାର ଓ ମୋ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଥାଆନ୍ତା ବୋଲି ଗୀତା ମେହେଟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଗୀତା ମେହେଟାଙ୍କୁ ପ୍ରବାସୀ ଭାରତୀୟ ଭାବେ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଏହି ସମ୍ମାନ ଗ୍ରହଣ ନ କରିବା ପାଇର୍ ଗୀତା ମେହେଟାଙ୍କ ଘୋଷଣା ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ହୋଇଛି।
ଚଳିତ ବର୍ଷ ପଦ୍ମଶ୍ରୀ ତାଲିକାରେଓଡ଼ିଶାରୁ ୩ ଜଣ ଯଥା କେନ୍ଦୁଝରର ଦୈତାରୀ ନାୟକ, କୋରାପୁଟର କମଳା ପୂଜାରୀ ଓ କଟକର ଡି.ପ୍ରକାଶ ରାଓଙ୍କୁ ସ୍ଥାନ ମିଳିଛି। ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଗତକାଲି ଘୋଷଣା କରାଯାଇଥିଲା।

By amfnews

Related Post