Sat. Mar 7th, 2026

ପଥରରେ ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା, ୪ ଅଟକ

392 Views

ବାରିପଦା:ଜମି ବାଡି ମାମଲାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ତଣ୍ଟି କାଟି ଓ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପରି ଲୋମ ଟାଙ୍କୁରା ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ପାଟାସାହି ଗାଁ ବଡ଼ଶୋଳ ସାହିର ଜଗନ୍ନାଥ ଖଣ୍ଡୁଆଳଙ୍କର ତାଙ୍କ ପଡୋଶୀମାନଙ୍କ ସହିତ ଜମିବାଡ଼ି ମାମଲାକୁ କେନ୍ଦ୍ର କରି ଗତ ୨ ବର୍ଷ ହେଲା ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ୪ ଜଣ ଯୁବକ ଶ୍ରୀ ଖଣ୍ଡୁଆଳଙ୍କ ମୁଣ୍ଡକୁ ପଥରରେ ଚେଛି ହତ୍ୟା କରିଛନ୍ତି। ଆଜି ସକାଳେ ଏ ନେଇ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ଏହି ଘଟଣାରେ ପୁଲିସ ଭୀମା ସିଂହ, ଗାରିଦ ସଂହ, ବୀର ସିଂହ ଓ ରାମ ସିଂହ ନାମକ ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

By amfnews

Related Post