Fri. Mar 6th, 2026

ପଟିଆଲା କୋର୍ଟରେ ଅନୁଭବ ଦାଖଲ କରିଥିବା 47 ପୃଷ୍ଠାର ପିଟିସନରେ ରହିଛି ଏଭଳି ଗୁରୁତର ଅଭିଯୋଗ

237 Views

ଭୁବନେଶ୍ବର, ସେପ୍ଟେମ୍ବର ୦୬ : ଜୁଲାଇ 16ରୁ କେନ୍ଦ୍ରାପଡା ସାଂସଦ ତଥା ବଲିଉଡ ଅଭିନେତା ପଟିଆଲା କୋର୍ଟରେ ଦାଖଲ କରିଥିବା 47 ପୃଷ୍ଠାର ପିଟିସନରେ ରହିଛି ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ । ବର୍ଷା ପ୍ରିୟଦର୍ଶନୀ ଜଣେ ବିଫଳ ବୋହୂ ଓ ପତ୍ନୀ ବୋଲି ଜଣାଇଛନ୍ତି ।

ବୈବାହିକ ସମ୍ପର୍କ ଏକ ପ୍ରକାର ଭାଙ୍ଗିଥିବାରୁ ତାଙ୍କ ସହ ଆଉ ରହିବା ସମ୍ଭବ ନୁହେଁ ବୋଲି ଅନୁଭବ କହିଛନ୍ତି। ଏମିତିକି ୨୦୧୯, ମେ’୧ରୁ ଉଭୟ ଏକାଠି ରହୁନଥିବା ଉଲ୍ଲେଖ ରହିଛି।

ବାହାଘରର ପ୍ରଥମ ଦିନରୁ ବର୍ଷା ଶାରୀରିକ ସମ୍ପର୍କ ପାଇଁ ମନା କରି ଦେଇଥିଲେ। ଏଥିପାଇଁ ସେ ୩ରୁ ୪ ମାସ ସମୟ ମାଗିଥିଲେ। ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ସମୟ ଦେଇଥିଲି ବୋଲି ପିଟିସନରେ ରହିଛି ।

ରାଜ୍ୟସଭା ଏମ୍‌ପି ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି। ଦିଲ୍ଲୀରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ଯାଇ ନିରାଶ ହୋଇଥିଲି। ଦିଲ୍ଲୀ ରହଣୀ ପରେ ଉଭୟ କଟକ ଫେରିଥିଲୁ। କଟକକୁ ଫେରିବା ପରେ ବର୍ଷା ଖୁସି ଥିଲେ। କଟକ ଫେରିଲେ ଆମର ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ। ହେଲେ ସେ ପୁଣି ୭ରୁ ୮ ମାସ ସମୟ ମାଗିଥିଲେ। ବର୍ଷା କେବେ ବି ବୈବାହିକ ଖୁସି ଦେଇ ନ ଥିବା ଅନୁଭବଙ୍କ ପିଟିସନ୍‌ରେ ଉଲ୍ଲେଖ ରହିଛି।

ଏହାଛଡ଼ା ଶାଶୁଘରେ ନ ରହି ବର୍ଷା ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏହାକୁ ନେଇ ଅଧିକାଂଶ ସମୟ ଝଗଡ଼ା କରୁଥିଲେ। ବର୍ଷା ଶାଶୁଘର ଖାଦ୍ୟ ପସନ୍ଦ କରୁ ନ ଥିଲେ। ଏପରିକି ପରିବାରଲୋକଙ୍କ ସହ ମିଶୁ ନ ଥିଲେ। ବାପଘର ଯିବାକୁ ବାହାନା କରୁଥିଲେ। ସହ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ମିଥ୍ୟା ଅଭିଯୋଗ କରୁଥିଲେ। ମିଥ୍ୟା କେସ୍‌ରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ। ବାପଘର ଲୋକଙ୍କ ଆଗରେ ବର୍ଷା ଅପମାନିତ କରୁଥିଲେ।

By amfnews

Related Post