119 Views
ଚଣ୍ଡିଗଡ଼ : ନିର୍ବାଚନ ସମୟରୁ ପଞ୍ଜାବ କଂଗ୍ରେସର ଦୁଇ ଜଣାଶୁଣା ନେତାଙ୍କ ଭିତରେ ଲାଗିଥିବା ମତାନ୍ତର ଏବେ ଚରମ ରୂପ ନେଇଛି। ପଞ୍ଜାବ ସରକାରଙ୍କ ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂଙ୍କ ମଧ୍ୟରେ କନ୍ଦଳ ଏବେ ଭିନ୍ନ ମୋଡ଼ ନେଇଛି। ସିଦ୍ଧୁ ଆଜି ଅମ୍ରିନ୍ଦର ସିଂଙ୍କ ବିରୁଦ୍ଧରେ ଖୋଲାଖୋଲି ଭାବେ ବିଦ୍ରୋହ କରିଛନ୍ତି । ସିଦ୍ଧୁ ପଞ୍ଜାବ କ୍ୟାବିନେଟ୍ ବୈଠକରେ ଯୋଗ ହେବାକୁ ମନା କରିଦେଇଛନ୍ତି । ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି କି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂ ସିଦ୍ଧୁଙ୍କ ବିଭାଗ ବଦଳାଇପାରନ୍ତି । ଏଥିଲାଗି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧିଙ୍କ ସମ୍ମତିକୁ ଅପେକ୍ଷା କରାଯାଉଛି।