Sun. Jan 12th, 2025

ନେପାଳ ସହ ବଢୁଛି ଚୀନର ବନ୍ଧୁତ୍ୱ, ଆରମ୍ଭ ହେଉଛି ମୈତ୍ରୀ ପୋଲର ପୁନନିର୍ମାଣ

By amfnews Nov 18, 2018 #Featured
163 Views

ନୂଆଦିଲ୍ଲୀ, ନଭେମ୍ବର ୧୮ : ନେପାଳରେ ହୋଇଥିବା ଭୂମିକମ୍ପ ପରେ ସୀନେ ନେପାଳ ମୈତ୍ରୀ ପୋଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ଭ୍ରଷ୍ଟ ହୋଇ ଯାଇଥିଲା । ଏବେ ଏହି ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଚୀନ ଅଧିକାରୀମାନେ ଏହାକୁ ନେଇ କାମ ଆରମ୍ଭ କରି ସାରିଲେଣି । ଏହି ଭୂମିକମ୍ପ ୨୦୧୫ ଅପ୍ରେଲ ୨୫ରେ ହୋଇଥିଲା ।

ସୂଚନାନୁଯାୟୀ, ମୈତ୍ରୀ ପୋଲ ନେପାଳ ଏବଂ ଚୀନ ମଧ୍ୟରେ ରସୁବାଗଡୀ ଅଂଚଳରେ ରହିଛି । ଏହା କାଠମାଣ୍ଡୁ ଏବଂ ତିବତ ମଧ୍ୟରେ ବ୍ୟାପାରର ମୁଖ୍ୟ ମାର୍ଗ । ଦୁଇ ଦେଶ ମଧ୍ୟରେ ଜୁନ ୨୧ରେ ଏକ ବୁଝାମଣା ହୋଇଥିଲା । ଯେଉଁଥିରେ ପୁଣି ଏକ ପୋଲର ନିର୍ମାଣ କରାଯିବ ବୋଲି ନିର୍ଦ୍ଧିଷ୍ଟ କରା ଯାଇଥିଲା । ତେବେ ପୋଲ ନଷ୍ଟ ହୋଇ ଯାଇଥିବା କାରଣରୁ ଏବେ ଏହା ପୁରୁଣା ପୋଲକୁ ପୁର୍ନସ୍ଥାପନ କରିବ । ତେବେ କିଛି ଦିନ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରା ଯାଇଛି ।

ଚୀନ ବ୍ୟାପାର କରିବା ପାଇଁ ଏବଂ ଭାରତକୁ ଘେରିବା ପାଇଁ କେବେ ପଛକୁ ହଟେ ନାହିଁ । ତେବେ ଏହି କାରଣରୁ ଭୂମିକମ୍ପ ପରେ ପୋଲର ପୁନନିର୍ମାଣ କରା ଯାଉଛି ବୋଲି ଆଶଙ୍କା କରା ଯାଉଛି ।

By amfnews

Related Post